ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେହି ଗୁଣ, ଯାହାକୁ ବେଶ୍ ପ୍ରଶଂସା କରି ଏହା କହିଲେ କହ୍ନେୟା କୁମାର

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ ୦୫।୧୦: ଜେଏନୟୁର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ ତଥା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ନେତା କହ୍ନେୟା କୁମାର ଏମିତିରେ ଭାରତୀୟ ଜନତା ପାର୍ଟିର ଦୃଢ ବିରୋଧୀ। ସର୍ବଦା ବିଜେପିକୁ ଶାଣିତ ସ୍ଵରରେ ସମାଲୋଚନା କରି ସେ ଚର୍ଚ୍ଚାରେ ଥାନ୍ତି। ମାତ୍ର ଏବେ କହ୍ନେୟା କୁମାର କିଛି ସମାଲୋଚନା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଦ ଲଲନଟପ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ନା ମୁଁ ଅନ୍ଧ ବିରୋଧୀ ନା ଅନ୍ଧ ସମର୍ଥକ। ମୁଁ ପିଏଚଡି କରିଛି ଏବଂ ଜଣେ ରିସର୍ଚ୍ଚର ହୋଇଥିବା କାରଣରୁ ମୋର ଦାୟିତ୍ଵ ମୁଁ କୌଣସି ବି ଜିନିଷକୁ ନୀରିକ୍ଷଣ କରିବା ପରେ ଏହାର ତ୍ରୁଟି ଦେଖିବା ସହିତ ଭଲ ଗୁଣ ବି ଦେଖିବି। ଏବେ କହ୍ନେୟା କୁମାର ପ୍ରଧାନମନ୍ତ୍ରୀଙ୍କ ଏହି ସବୁ ଗୁଣ ନେଇ ପ୍ରଶଂସା କରିଛନ୍ତି।

କହ୍ନେୟା କୁମାର ଦ ଲଲନଟପ୍ ଦେଇଥିବା ନିଜର ଲମ୍ବା ସାକ୍ଷାତକାରରେ କହିଛନ୍ତି ମୋଦୀଜୀଙ୍କ ପାଖରେ ଯେଉଁ ରାଜନୈତିକ ଅନୁଭବ ରହିଛି ତାହା ମାଟି ସହିତ ଜଡିତ। ଏମିତି ବ୍ୟକ୍ତିଙ୍କୁ ତୃଣମୂଳସ୍ତରରୁ ଉଖାଡିବା ବହୁତ ମୁସ୍କିଲ। କହ୍ନେୟା ସ୍ଵୀକାର କରିଛନ୍ତି ଯେ ମୋଦୀଜୀଙ୍କ ରାଜନୈତିକ ଅନୁଭବ ତାଙ୍କର ଶକ୍ତି।

କହ୍ନେୟା କୁମାର ଏହାକୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗରିବର ପୁଅ ପ୍ରଧାନମନ୍ତ୍ରୀ  ହୋଇ ପାରିବ ନାହିଁ ଯେଉଁ ବାଣୀ ଥିଲା ସେହି ପରମ୍ପରାକୁ ଭାଙ୍ଗିଛନ୍ତି। ମୋଦୀଜୀ ସାବ୍ୟସ୍ତ କରିଛନ୍ତି ଯେ,ଜଣେ ସାଧାରଣ ପରିବାରର ପିଲା ମଧ୍ୟ ନିଜର ପରିଶ୍ରମ ବଳରେ ପ୍ରଧାନମନ୍ତ୍ରୀ ହୋଇ ପାରିବ।

ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ଯେଉଁ ଶକ୍ତି ହାସଲ କରିଛନ୍ତି ତାକୁ କେବଳ ଲାଭ କରିନାହାନ୍ତି। ମୋଦୀଜୀ ଯେଉଁ ଶକ୍ତି ହାସଲ କରିଛନ୍ତି ତାକୁ ବୃଦ୍ଧି କରିଛନ୍ତି ଏବଂ ଏହାର ପ୍ରଭାବକୁ ଜାରି ରଖିଛନ୍ତି। ତାଙ୍କର ଏହି ସବୁ ଗୁଣ ତାଙ୍କୁ ଅନ୍ୟଙ୍କଠୁ ସ୍ଵତନ୍ତ୍ର କରିଥାଏ  ବୋଲି କହ୍ନେୟା  କୁମାର କହିଛନ୍ତି।

କହ୍ନେୟା ପ୍ରଧାନମନ୍ତ୍ରୀଙ୍କ ତରଫରୁ ଆରମ୍ଭ କରାଯାଇଥିବା ଯୋଜନାର ମଧ୍ୟ ଜଣେ ପ୍ରଶଂସକ। ସେ କହିଛଛନ୍ତି ମୋଦୀ ଜୀ ଯେବେ ଯୋଜନାର ଘୋଷଣା କରନ୍ତି ତେବେ ତାଙ୍କ ଶବ୍ଦ ଉପରେ ଟିକେ ଧ୍ୟାନ ଦେବେ। ସେ କୁହନ୍ତି କିଏ କହିବ କି ଝିଅକୁ ବଞ୍ଚାଅ ନାହିଁ ଏବଂ ପଢାଅ ନାହିଁ। କିଏ କହିବ ଡିଜିଟାଲ ଇଣ୍ଡିଆ  ହେବା ଉଚିତ୍ ନୁହେଁ ଏବଂ କିଏ କହିବ ଶୌଚାଳୟ ହେବା ଉଚିତ୍ ନୁହେଁ।

କହ୍ନେୟା କୁମାର ଏହା ମଧ୍ୟ ମାନିଛନ୍ତି ମୋଦୀଜୀ ବିରୋଧୀଙ୍କୁ ଖୋଲା ମନରେ ମୂଲ୍ୟାଙ୍କନ କରନ୍ତି ଏବଂ ସେମାନଙ୍କର ଭଲ ଗୁଣକୁ ମଧ୍ୟ ସ୍ଵୀକାର କରନ୍ତି। ତାଙ୍କର ଏହି ଖାସ୍ ଅଭ୍ୟାସ୍ ତାଙ୍କୁ ବିଶିଷ୍ଟ କରିଥାଏ। ସାକ୍ଷାତକାରରେ କହ୍ନେୟା କହିଛନ୍ତି ଯେଉଁ ଜାଗାରେ ପ୍ରଧାନମନ୍ତ୍ରୀ ମୋଦୀ ଠିକ୍ କାମ କରିବେ ନାହିଁ ସେଠାରେ ମୁଁ ବିରୋଧ କରିବି। ଯେମିତି ମୋଦୀ କୁହନ୍ତି ମୁଁ ଷ୍ଟେସନରେ ଚା ବିକ୍ରି କରିଛି। ଯଦି ଆପଣ ଷ୍ଟେସନରେ ଚା ବିକ୍ରି କରୁଥିଲେ ତେବେ ଷ୍ଟେସନକୁ କଣ ପାଇଁ ବିକ୍ରି କରି ଦେଲେ। ଆପଣ ବେଟି ବଚାଓ କଥା କହୁଛନ୍ତି ତେବ କୁଲଦୀପ ସେଙ୍ଗର ପରି ଲୋକଙ୍କ ଅବସ୍ଥା ଏମିତି କଣ ପାଇଁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.