ଏବେ ଶାନ୍ତିରେ ଅଛି ଜାମ୍ମୁ-କାଶ୍ମୀର: ଡିଜିପି କହିଲେ- ଗତ ୫ ବର୍ଷ ଭିତରେ ଆତଙ୍କବାଦରେ ଲାଗିଛି ଫୁଲ୍ ଷ୍ଟପ୍, କମିଛି ସାଧାରଣ ଜନଜୀବନ କ୍ଷତି
28/10/2023 at 9:54 PM

ଲେଥପୋରା: ଜାମ୍ମୁ-କାଶ୍ମୀରରେ ସ୍ଥିତି ସୁଧୁରିଛି। ଆତଙ୍କବାଦୀ, ଚରମପନ୍ଥୀ ଆନ୍ଦୋଳନ, ହିଂସା ଆଦି ଅପରାଧ କମିଛି। ଗତ ୫ ବର୍ଷ ଭିତରେ ଜାମ୍ମୁ-କାଶ୍ମୀରରେ କୌଣସି ବଡ଼ ଆଇନ ବିଶୃଙ୍ଖଳା ଘଟି ନାହିଁ, କାହାରି ମୃତାହତ ଖବର କି ଆଇନ ଶୃଙ୍ଖଳା ସ୍ଥିତି ଖରାପ ହୋଇ ନାହିଁ ବୋଲି ପୁଲିସ ଡିଜି ଦିଲବାଗ ସିଂହ ସୂଚନା ଦେଇଛନ୍ତି।
ଅକ୍ଟୋବର ୩୧ ତାରିଖରେ ଅବସର ନେଉଛନ୍ତି ଦିଲବାଗ। ତା ପୂର୍ବରୁ ଶନିବାର ପୁଲୱାମାର ସିଟିସି ଲେଥପୋରା ପମ୍ପୋରେର ୩୦୭ ଅଧିକାରୀଙ୍କ ଫିସି ଆଉଟ୍ ପରେଡ୍କୁ ସମ୍ବୋଧନ କରି ଦିଲବାଗ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୫ ବର୍ଷ ହେଲା ଜାମ୍ମୁ କାଶ୍ମୀରରେ ‘ଜିରୋ’ ଶବ୍ଦ ଖୁବ୍ ଲୋକପ୍ରିୟ। କାରଣ ଏହି ୫ ବର୍ଷ ଭିତରେ ଶୂନ୍ୟ ଆଇନ ବ୍ୟବସ୍ଥା ବିଗିଡ଼ିବା ଘଟଣା, ନାଗରିକଙ୍କ ମୃତାହତ ଘଟଣା ଶୂନ୍ୟ ହୋଇଛି।
ପଢ଼ନ୍ତୁ- ଯୋଗୀ ସରକାରଙ୍କ ବଡ଼ କ୍ୟାମ୍ପେନ୍: ୫୦ ବର୍ଷ ବୟସ ଟପିଥିବା ପୋଲିସଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର !
ସେହିପିର ଜାମ୍ମୁ-କାଶ୍ମୀରକୁ ବଦନାମ କରିଥିବା ଆତଙ୍କବାଦ ଗ୍ରାଫ୍ ବି ଶୂନ ହୋଇଯାଇଛି ବୋଲି ଦିଲବାଗ କହିଛନ୍ତି। କେବଳ ଅନନ୍ତନାଗ ଜିଲ୍ଲାରେ ୩ ଟି ଆତଙ୍କବାଦୀ ଘଟଣା ଘଟିଥିବା ବେଳେ ୩୬ଟି ଥାନା ୧୦୦ ପ୍ରତିଶତ ଆତଙ୍କ ମୁକ୍ତ ହୋଇଥିବା ରେକର୍ଡ କରିଛନ୍ତି।