Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଚର୍ଚ୍ଚିତ ଆଇପିଏସ ଅଫିସର ବସନ୍ତ ରଥଙ୍କ ଇସ୍ତଫା, ରାଜନୀତିରେ କରିବେ ପ୍ରବେଶ

26/06/2022 at 6:15 PM

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଚର୍ଚ୍ଚିତ ଆଇପିଏସ ଅଫିସର ତଥା ଓଡିଆ ପୁଅ ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେବାରୁ ନିବୃତ୍ତ ହେବା ପରେ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ନିଜେ ବସନ୍ତ ରଥ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ଏହାସହ ଟ୍ୱିଟ୍ କରି ସେ କହିଛନ୍ତି ଯଦି ମୁଁ କେବେ କୌଣସି ଦଳରେ ସାମିଲ ହୁଏ ତେବେ ତାହା ବିଜେପି ହେବ । ଯଦି ମୁଁ କେବେ କୌଣସି ନିର୍ବାଚନ ଲଢେ ତେବେ କାଶ୍ମୀରରୁ ଲଢିବି । ଯଦି ମୁଁ କେବେ ରାଜନୀତିରେ ସାମିଲ ହୁଏ ତେବେ ଏହା ୨୦୨୪ ମାର୍ଚ୍ଚ ୬ ପୂର୍ବରୁ ହେବି।  

୨୦୦୦ ବ୍ୟାଚର ଆଇପିଏସ ଅଫିସର ବସନ୍ତ ରଥ ଜାମ୍ମୁ କାଶ୍ମୀର ପୋଲିସରେ ପୋଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତ ଥିଲେ । ୨୦୦୨ରେ ବସନ୍ତ ରଥ ପ୍ରଥମ ଥର ପୁଞ୍ଛ ଜିଲ୍ଲାର ମଣ୍ଡିରେ ନିୟୋଜିତ ହୋଇଥିଲେ । ଗରିବ ପିଲାଙ୍କୁ ବହି ଯୋଗାଇ ମଧ୍ୟ ବେଶ ଚର୍ଚ୍ଚାରେ ସେ ରହିଥିଲେ। ଏଥିପାଇଁ ତାଙ୍କୁ ବୁକ୍ ବାବା ମଧ୍ୟ କୁହାଯାଏ। କେବଳ ଏତିକି  ନୁହେଁ, ଜେଇଇ ଏବଂ ଏନଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ। ସେମାନଙ୍କ ମାର୍ଗଦର୍ଶନ କରିବା ସହ ଆବଶ୍ୟକୀୟ ପୁସ୍ତକ ଉପଲବ୍ଧ କରାଉଥିଲେ।

ଜାମ୍ମୁ କାଶ୍ମୀରର ବିଗିଡିଥିବା ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବାରେ ବସନ୍ତ ରଥ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏସଏସପି ଟ୍ରାଫିକ ଥିବା ସମୟରେ ମାତ୍ର କିଛି ଦିନରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରି ପାରିଥିଲେ। ନିୟମ ଉଲ୍ଲଂଘନକାରୀଙ୍କୁ ରାସ୍ତାରେ ଦଣ୍ଡିତ କରିବାର ଭିଡିଓ ମଧ୍ୟ ସାମନାକୁ ଆସିଥିଲା।

   Related Posts