oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଆଜି କମିଲା ସୁନାଦର – ଗୋଟିଏ ସପ୍ତାହରେ ପ୍ରତି୧୦ ଗ୍ରାମ ୧,୫୦୦ କମିଲାଣି

14/01/2020 at 10:24 AM

ନୂଆଦିଲ୍ଲୀ ୧୪।୦୧ – ଆଜି ସୁନା ଦର ପୁଣି ହ୍ରାସ ପାଇଛି। ପ୍ରତି ୧୦ ଗ୍ରାମ ସୁନାଦର ଗୋଟିଏ ସପ୍ତାହ ମଧ୍ୟରେ ୧,୫୦୦ ଟଙ୍କା ହ୍ରାସ ପାଇଛି । ଟଙ୍କାର ମୂଲ୍ୟ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ସୁଧିରିଛି ।

ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାପରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଥିଲା । ଗତ ସପ୍ତାହରେ ପ୍ରତି ୧୦ ଗ୍ରାମ ସୁନା ୪୧,୩୦୦ ଟଙ୍କା ପାର କରିଥିଲା । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ସୁନା ଦରର ଫେବ୍ରୁଆରୀ ଫିଚ୍ୟୁର ପ୍ରାଇସ୍‌ ୦.୨୩ ପ୍ରତିଶତ ହ୍ରାସ ପାଇ ୩୯,୭୮୦ ଟଙ୍କାରେ ପହଞ୍ଚିଛି ।

ସେହିପରି ରୂପାଦର ହ୍ରାସ ପାଇଛି । ପ୍ରତି କିଲୋ ରୂପାଦର ହ୍ରାସ ପାଇ ୪୬,୭୫୫ ଟଙ୍କାରେ ପହଞ୍ଚିଛି । ଏହା ପ୍ରତି କିଲୋ ୦.୩୩ ପ୍ରତିଶତ ହ୍ରାସ ପାଇଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଉପୁଜଥିବା ପରିସ୍ଥିତିରେ ସୁଧାର ଆସୁଥିବାରୁ ଏବେ ଅନ୍ତର୍ଜାତୀୟ ବଜାରରେ ସ୍ଥିରାବସ୍ଥା ରହିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ୦.୪ ପ୍ରତିଶତ ହ୍ରାସ ପାଇଛି । ସୁନାଦର ଏବେ ପ୍ରତି ଆଉନସ୍‌ ୧,୫୫୫.୭୬ ଡଲାର ରହିଛି। ସେହିପରି ରୂପାଦର ହ୍ରାସ ପାଇ ପ୍ରତି ଆଉନସ୍‌ ୧୮.୦୫ ଡଲାର ରହିଛି । ଏହା ୦.୨ ପ୍ରତିଶତ ହ୍ରାସ ପାଇଛି ।

   Related Posts