scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡ଼ିଶାରେ ଟିକ୍‌ ଟକ୍‌ ନେଲା ଜୀବନ

17/01/2020 at 7:03 PM

ବ୍ରହ୍ମପୁର ୧୭।୦୧ – ଶଳା ଭିଣୋଇ ବାଇକ୍‌ରେ ଟିକ୍‌ଟକ୍‌ ଭିଡିଓ କରି ଆସୁଥିବା ବେଳେ ଟ୍ରକ୍‌ ପଛପଟୁ ଧକ୍କା ଦେଲା । ଆଉ ଘଟଣା ସ୍ଥଳରେ ଭିଣୋଇର ଜବନ ଯାଇଥିବା ବେଳେ ଶାଳକ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ନିକଟ ଗୋଳନ୍ଥରାରେ । …..

ମାତ୍ର କେଇ ମିନିଟ୍‌ର ଫରକ । ନିମିଷକ ମଧ୍ୟରେ ଉଭାନ ହୋଇଗଲା ହସଖୁସି ଆଉ ସବୁ ଉନ୍ମାଦନା । ରାସ୍ତା ଉପରେ ଜୀବନ ନେଇଗଲା ଟିକ୍‌ ଟକ୍‌ ନିଶା । ଗୋଳନ୍ଥରାର ଶିବଶଙ୍କର ସାହୁ ଓ ତାଙ୍କ ଶାଳକ ଶିବ ପାତ୍ର ତାରାତାରିଣୀ ଦର୍ଶନ ପାଇଁ ଯାଇଥିଲେ, ବିଭିନ୍ନ ସ୍ଥାନରେ ସେମାନେ ଟିକଟକ ତିଆରି କରିଥିଲେ। ଯେମିତିକି ଏହା ଥିଲା ମନ୍ଦିର ପାଖରେ ଟିକ୍‌ଟକ।……  ଆସିବା ବେଳେ ବାଟରେ ଏଠି ଅଟକି କରିଥିଲେ ଟିକ୍‌ଟକ୍‌। …..  ଏହାପରେ ଆଉ ଟିକେ ରୋମାଞ୍ଚକର ଭିଡିଓ ନେବା ପାଇଁ ଝୁଙ୍କ ଚଢ଼ିଥିଲା। ଆଉ ସୁଟିଂ ହୋଇଥିଲା ଏହି ଟିକଟକ ଭିଡିଓ।  ନା ମୁଣ୍ଡରେ ଥିଲା ହେଲ୍‌ମେଟ୍‌ ନା ସ୍ପିଡ ପ୍ରତି ନିୟନ୍ତ୍ରଣ।  ଆଉ ନଜର ରାସ୍ତା ଉପରକୁ ନଥିଲା ଥିଲା କ୍ୟାମେରାକୁ। ଖଜୁରିଆ ନିକଟରେ ଏକ ଟ୍ରକ ଏମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ସେହିଠାରେ ହିଁ ଲହୁଲୁହାଣ ହୋଇ ମୁମୁର୍ଷ ଅବସ୍ଥାରେ ପଡିରହିଥିଲେ ଉଭୟ । ସ୍ଥାନୀୟ ଲୋକେ ଏମାନଙ୍କୁ ଆମ୍ବୁଲାନସ୍ ଯୋଗେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଇଥିଲେ । ଯେଉଁଠି ଶିବ ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଶାଳକ ଶିବ ପାତ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସାରା ଦେଶେର ଟିକ୍ ଟକ୍‌ ନେଉଛି ଅନେକଙ୍କ ଜୀବନ । କ୍ଷଣିକ ଉନ୍ମାଦନା ପାଇଁ ଯୁବ ପିଢୀ ଟିକ୍‌ଟକ୍‌ ଭିଡିଓ ମାୟାରେ ପଡି ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି । କିଏ ପାହାଡ ଉପରେ, କିଏ ଉଚ୍ଚ ଅଟ୍ଟାଳିକା ଉପରେ, ଆଉ କିଏ ସମୁଦ୍ରରେ ତ ଆଉ କିଏ ରାସ୍ତାରେ ଅସାବଧାନତା ବଶତଃ ଗାଡି ଚଳାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଲୋକଙ୍କୁ ଏଥିପ୍ରତି ସଜାଗ ରହିବାକୁ ଅନେକ ସମୟରେ ପରାମର୍ଶ ଦିଆଯାଉଥିଲେ ବି କେହି ଏହାକୁ ଖାତିର କରୁନାହାନ୍ତି । ଏହି ଚାଇନିଜ୍‌ ଆପ୍‌କୁ ମାଡ୍ରାସ୍‌ ହାଇକୋର୍ଟ ବ୍ୟାନ୍‌ କରିଥିଲେ । ପରେ ଏହା ଉପରୁ ବ୍ୟାନ୍‌ ହଟିଛି । ତେବେ ଏହି ଟିକ୍ ଟକ୍‌ ଆପ୍‌ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଥିବାରୁ ଏହାର ବ୍ୟବହାର ଉପରେ ଏବେ ବିରାଟ ପ୍ରଶ୍ନଚିହ୍ନ ଲାଗିଛି ।

   Related Posts