ସାପ ଯୋଗୁଁ ବ୍ୟାପିଛି ଏହି ଭୟାନକ ଭାଇରସ୍‌

Published By : Prameya-News7 Bureau | January 23, 2020 IST

ଏବେ ବିଶ୍ୱରେ କୋରୋନାଭାଇରସ୍‌କୁ ନେଇ ଆତଙ୍କ ଦେଖା ଦେଇଛି। ଚୀନ୍‌ରେ ଅନେକ ଲୋକ ଏହି ଭାଇରସ୍‌ରେ ଆକ୍ରନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହଙ୍ଗକଙ୍ଗରେ ଦୁଇ ଦଶକ ତଳେ ଏହି ଭାଇରସ୍‌ରେ ଆକ୍ରନ୍ତ ହୋଇ ଶହ ଶହ ଲୋକ ପ୍ରାଣ ହରାଇଥିଲେ । ଏବେ କୋରୋନା ଭାଇରସ୍‌ ଯୋଗୁଁ ୫୦୦ରୁ ଅଧିକ ଲୋକ ଚୀନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ରୁ ଆସୁଥିବା ଲୋକଙ୍କର ବିଭିନ୍ନ ବିମାନ ବନ୍ଦରରେ ଥର୍ମୋ ସ୍କାନ କରାଯାଉଛି ।

{"id":214795,"width":519,"height":291,"sizeSlug":"large"}

କୋରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି । ସେମାନଙ୍କୁ ଜର ହେବା ସହ ଫୁସ୍‌ଫୁସ୍‌ରେ ସଂଙ୍କ୍ରମଣ ହେଉଛି ।

{"id":214796,"sizeSlug":"large"}

ସାପଯୋଗୁଁ ଏହି ଭାଇରସ୍‌ ଚୀନ୍‌ରେ ଲୋକଙ୍କୁ ବ୍ୟାପିଥିବା ଖବର ଆସିଛି ।

{"id":214797,"sizeSlug":"large"}

ଚୀନ୍‌ର ବୁହାନରେ ୪୪୪ ଜଣ ଏହି ଭାଇରସ୍‌ ଦ୍ୱାରା ଆକ୍ରନ୍ତ ହୋଇଛନ୍ତି । ୨୬ ଜଣ ଗୁଆଙ୍ଗଡୋଙ୍ଗ ଓ ୧୪ ଜଣ ବେଜିଂରେ ଆକ୍ରାନ୍ତ ହୋଇଛନ୍ତି । ୯ ଜଣ ଲୋକ ସାଙ୍ଘାଇରେ ଆକ୍ରାନ୍ତ ହୋଇଛନ୍ତି । ଜାପାନ, ଦକ୍ଷିଣ କୋରିଆ ଓ ଆମେରିକାରେ ବି ସଂକ୍ରମଣ ହୋଇଛି ।

{"id":214798,"sizeSlug":"large"}

ଚୀନ୍‌ର ଜଣେ ବୈଜ୍ଞାନିକ କୋରନା ଭାଇରସ୍‌ ସାପଯୋଗୁଁ ଲୋକଙ୍କୁ ବ୍ୟପିଥିବା ଦାବି କରିଛନ୍ତି । ସାପ କାମୁଡିବା ଯୋଗୁଁ ନୁହେଁ ଚୀନ୍‌ରେ ସାପ ମାଂସର ସୁପ୍‌ ଓ ଅନ୍ୟାନ୍ୟ ଖାଇବା ଜିନିଷ ପ୍ରସ୍ତୁତ ହୋଇଥାଏ । ଏହାକୁ ଖାଇ କରୋନା ଭାଇରସ୍‌ ବ୍ୟପିଥିବା ଚୀନ୍‌ର ଏହି ବୈଜ୍ଞାନିକ କୋରନା ଭାଇରସ୍‌ ବ୍ୟାପିଥିବା ଦାବି କରିଛନ୍ତି ।

ଚୀନ୍‌ରେ ଆମିଷ ବଜାରରେ ମୂଷା ଓ ସାପ ମାଂସକୁ ବି ଲୋକ କିଣିକରି ନେଇଥାଆନ୍ତି । ବାଦୁଡିଙ୍କ ଯୋଗୁଁ ବି କେରଳରେ ଏକ ପ୍ରକାର ଭାଇରସ୍‌ ବ୍ୟାପିଥିଲା। ଏଥିରେ ଲୋକଙ୍କୁ ନିମୋନିଆ ହେବାଯୋଗୁଁ ଶ୍ୱାସକ୍ରିୟାରେ ଅସୁବିଧା ହେବା ସହ ମୃତ୍ୟୁ ହୋଇଥିଲା ।

SARS ଭାଇରସ୍‌ ସାପଙ୍କୁ ବ୍ୟାପିବା ପରେ ଏହାକୁ ଖାଇବା ପରେ ଲୋକଙ୍କୁ ଏହି ଭାଇରସ୍‌ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ସାରସ୍‌ର ତ ଚିକିତ୍ସା ସମ୍ଭବ ମାତ୍ର ସାପର ଶରୀରରେ ଥିବା କୋରୋନା ଭାଇରସ୍‌ର ଚିକିତ୍ସା ଏବେ ଯାଏଁ ଉପଲବ୍ଧ ହୋଇନାହିଁ ।


କୋରୋନା ଭାଇରସ୍‌ର ତୁଳନା ୨୧୭ଟି ଭାଇରସ୍‌ ସହ କାରଯାଇଥିଲା । କେବଳ ସାପମାନଙ୍କ ଠାରେ ମିଳୁଥିବା ଭାଇରସ୍‌ରେ ଏହି ମିଶୁଥିବା ଜଣା ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.