କଟକ୧୬।୦୧ - କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟସ୍ଥ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଟର୍ମିନସ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ୫ ଜଣ ଗୁରୁତର ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
{"id":211830,"sizeSlug":"large"}![](https://www.prameyanews7.com/wp-content/uploads/2020/01/WhatsApp-Image-2020-01-16-at-8.10.20-AM.jpeg)
ସକାଳେ ଘନ କୁହୁଡିରେ ପ୍ରାୟ ୭ଟା ସମୟରେ କୁହୁଡି ହୋଇଥିଲା । ଏଥିରେ ପ୍ରାୟ ୮ଟି ବଗି ଲାଇନଚ୍ୟୁତ ଓ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି।
{"id":211829,"sizeSlug":"large"}![](https://www.prameyanews7.com/wp-content/uploads/2020/01/WhatsApp-Image-2020-01-16-at-8.10.22-AM.jpeg)
ସମସ୍ତ ଯାତ୍ରୀ ଏବେ ବିପଦମୁକ୍ତ ଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀମାନଙ୍କୁ ଏସ୍ସିବି ମେଡିକାଲ୍ରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି ।