suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅପରାଧୀ ଜିତୁ ପଲେଇ ଏନକାଉଣ୍ଟର ଘଟଣା, ସୁପାରୀ ଦେଇଥିବା ବ୍ୟକ୍ତି ଗିରଫ

26/03/2023 at 2:53 PM

ଭୁବନେଶ୍ୱର ୨୬।୦୩ : ଭୁବନେଶ୍ବର ଉପକଣ୍ଠ ବାଙ୍କୁଆଳରେ ଜିତୁ ଓରଫ ଜିତେନ୍ଦ୍ର ପଲେଇ ଏନକାଉଣ୍ଟର ଘଟଣା। ଜିତୁକୁ ସୁପାରୀ ଦେଇଥିବା ଭାଗିରଥୀ ସ୍ୱାଇଁକୁ ଗିରଫ କଲା ପୋଲିସ। ଏହାସହିତ ଜିତୁର ଅନ୍ୟ ଜଣେ ସହଯୋଗୀ ତୋଫାନ ରାଉତକୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ୨୦୨୨ ମସିହାରେ ଶ୍ରୀ ଜୁଏଲାରୀ ଦୋକାନର ମାଲିକ ରମାକାନ୍ତ ମହାରଣାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା ଜିତୁ। ଗତ ମାର୍ଚ୍ଚ ୧୮ରେ ଦୋକାନ ବନ୍ଦ କରିବାକୁ ଯାଇଥିବାବେଳେ ବୋମାମାଡ଼ କରିଥିଲା ଜିତୁ। ରମାକାନ୍ତ ମହାରଣା ସହିତ ଜଣେ ମହିଳାଙ୍କ ସହ ଜଣାଶୁଣା ଥିଲା। ଏହି ଘଟଣାକୁ ନେଇ ଭାଗିରଥୀ ସ୍ୱାଇଁ ଓ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତୋଫାନ ରାଉତ, ଜିତୁ ପଲେଇଙ୍କୁ ୨ ଲକ୍ଷ ୫ ହଜାର ହଜାର ଟଙ୍କାର ସୁପାରୀ ଦେଇଥିଲେ। ଜିତୁ, ତୋଫାନ ସହ ଅନ୍ୟ ଦୁଇ ସହଯୋଗୀଙ୍କୁ ଏକାଠି କରି ଏହି ଅପରାଧ ଘଟାଇଥିଲେ। ତେବେ ପୋଲିସ୍ ସୁପାରୀ ଦେଇଥିବା ଭାଗିରଥୀ ସ୍ୱାଇଁଙ୍କୁ ଗିରଫ ସହ ସୁପାରୀ ନେଇଥିବା ଜିତୁର ସହଯୋଗୀ ତୋଫାନ ରାଉତକୁ ଗିରଫ କରିଛି।

   Related Posts