ଜମ୍ମୁ-କାଶ୍ମୀର ବିଜେପି ସଭାପତି COVID-19 ପଜିଟିଭ ଚିହ୍ନଟ, ସଂସ୍ପର୍ଶରେ ଆସିଥିବାରୁ କ୍ୱାରେଣ୍ଟାଇନରେ PMO ରାଷ୍ଟ୍ରମନ୍ତ୍ରୀ

Published By : Prameya-News7 Bureau | July 14, 2020 IST

ନୂଆଦିଲ୍ଲୀ ୧୪।୭: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର କ୍ୱାରେଣ୍ଟାଇନକୁ ଯାଇଛନ୍ତି। ଜମ୍ମୁ-କାଶ୍ମୀର ବିଜେପି ସଭାପତି ରବୀନ୍ଦ୍ର ରୈନା କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଣୁ ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସିଂହ ନିଜ ଆଡୁ ସତର୍କତା ସ୍ୱରୂପ ଏହି ପଦକ୍ଷେପ ନେଇଥିବା ତାଙ୍କ ଟ୍ୱିଟ୍‌ରେ ସୂଚିତ କରିଛନ୍ତି।

wp:html /wp:html

ଜିତେନ୍ଦ୍ର ସିଂହଙ୍କ ୧୨ ଜୁଲାଇ ଜମ୍ମୁ-କାଶ୍ମୀର ଗସ୍ତକାଳରେ ରୈନା ତାଙ୍କ ସହ ଥିଲେ। ଶ୍ରୀନଗରରୁ ସିଂହଙ୍କ ସହ ସେ ବାନ୍ଦିପୋରା ପର୍ଯ୍ୟନ୍ତ ଯାଇଥିଲେ। ମଙ୍ଗଳବାର ରୈନା କରୋନା ପଜେଟିଭ ଚିହ୍ନଟ ହେବାମାତ୍ରେ ପିଏମଓ କାର୍ଯ୍ୟାଳୟ ରାଜ୍ୟମନ୍ତ୍ରୀ ତୁରନ୍ତ ନିଜକୁ କ୍ୱାରେଣ୍ଟାଇନ କରିଥିବା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚୀତ କରିଛନ୍ତି। ସାରା ଦେଶରେ ଏବେ କରୋନା ଭାଇରସ ଦ୍ରୁତ ସଂକ୍ରମିତ ହେଉଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର ହୋଇଯାଇଛି।

{"id":300463,"sizeSlug":"large"}

ସାଧାରଣ ନାଗରିକଙ୍କ ସମେତ ଅନେକ ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।   ତେବେ ଗତ ୨୪ ଘଣ୍ଚାରେ ୧୭ ହଜାର ୯୮୯ ସଂକ୍ରମିତ ସୁସ୍ଥ ହୋଇଥିବାରୁ ରିକୋଭରି ହାର ୬୩.୦୨ ପ୍ରତିଶତକୁ ବଢିଛି। ସାରା ଦେଶରେ ଏପର୍ଯ୍ୟନ୍ତ ୫ଲକ୍ଷ ୭୨ ହଜାର ୨୮୦ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଦେଶରେ ଏବେ କରୋନାର ୩ଲକ୍ଷ ୧୧ ହଜାର ୮୫୮ ଆକ୍ଟିଭ୍‌ କେସ୍‌ ଥିବା ବେଳେ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.