scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜିତନ ରାମ ମାଝୀ ଜାସୁସୀ କରୁଥିଲେ, ଭଲ ହେଲା ସେ ଅଲଗା ହୋଇଗଲେ: ନୀତୀଶ କୁମାର

16/06/2023 at 4:49 PM

ପାଟନା: ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ମୁଖ୍ୟ ଜିତନ ରାମ ମାଝୀଙ୍କ ବିରୋଧରେ ଜାସୁସୀର ଅଭିଯୋଗ ଲଗାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ମାଝୀ ମହାମେଣ୍ଟ ସହଯୋଗୀ ଦଳର ଜାସୁସୀ କରୁଥିଲେ। ଭଲ ହେଲା ସେ ଦଳରୁ ବାହାରି ଯାଇଛନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ନୀତୀଶ କହିଛନ୍ତି “ମୁଁ ଜିତନ ରାମ ମାଝୀଙ୍କୁ ଜେଡିୟୁରେ ମିଶିବାକୁ କହିଥିଲି ନ ହେଲେ ଦଳ ଛାଡ଼ିବାକୁ କହିଥିଲି। ସେ ବିଜେପି ସହିତ ସବୁବେଳେ ମିଳାମିଶା କରୁଥିଲେ। ଠିକ୍ ହେଲା ସେ ଆମ ଠାରୁ ଅଲଗା ହୋଇଗଲେ।”

ନୀତୀଶ ଆହୁରି କହିଛନ୍ତି ଯେ ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳର ନେତାଙ୍କ ବୈଠଖରେ ସେ ଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ ମୋର ସନ୍ଦେହ ହେଲା ଯେ ସେ ଆଲୋଚ୍ୟ ବିଷୟର ଗୋପନୀୟତା ଖୋଲି ଦେବେ।

ପଢ଼ନ୍ତୁ –ନୀତୀଶ କୁମାରଙ୍କୁ ବଡ଼ ଝଟକା; କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ ମାନଝୀ

ଅନ୍ୟପଟେ ନୀତୀଶଙ୍କ ଅଭିଯୋଗରେ ଜବାବ ରଖିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ। ସେ କହିଛନ୍ତି “ମୁଁ ବିଜେପି ନେତାଙ୍କ ସହ ଭେଟିଛି ବୋଲି ନୀତୀଶ କୁମାରଙ୍କ ପାଖରେ କିଛି ପ୍ରମାଣ ଅଛି କି ? ନୀତୀଶ କୁମାର ବିଜେପି ସହିତ ସରକାର ଗଠନ କରିନାହାଁନ୍ତି କି? ସେ ତେଜସ୍ୱୀ ଯାଦବଙ୍କୁ ଏକ ଲଲିପପ୍ ଦେଖାଉଛନ୍ତି। ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ରେ ଯୋଗଦେବେ କିନ୍ତୁ ତେଜସ୍ୱୀ ଯାଦବ ସିଏମ୍ କରିବେ ନାହିଁ।”

ଏପ୍ରିଲ ୧୪ ତାରିଖରେ ଜିତନ ରାମ ମାଝୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଦୁଇ ରାଜ ନେତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ସେହି ସମୟରେ ନୀତୀଶ କୁମାର ମଧ୍ୟ ଦିଲ୍ଲୀରେ ଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମିଳିତ ସାମ୍ମୁଖ୍ୟ ତିଆରି କରିବାକୁ ବରିଷ୍ଠ ବିରୋଧୀଦଳ ନେତାମାନଙ୍କୁ ଭେଟିବା ପାଇଁ ଉଦ୍ୟମ କରିଥିଲେ ନୀତୀଶ।

Bihar Politics: 33 साल में मांझी ने 7 बार बदली पार्टी, क्या बिहार में  लगाएंगे बीजेपी की नैया पार? | Bihar Politics Manjhi changed party 7 times  in 33 years will BJP

ଏହି ଖବରଟିକୁ ବି ପଢ଼ନ୍ତୁ –ବିଜେପି ସହ ମେଣ୍ଟ କରିବା ଅପେକ୍ଷା ମରିଯିବା ଭଲ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଜିତାନ ରାମ ମାଝୀଙ୍କ ଦଳ ଏଚ୍‌ଏଏମ୍‌ ବର୍ତ୍ତମାନ ବିହାରର ଶାସକ ମହମେଣ୍ଟରେ ସାମିଲ ରହିଛି। ଏହି ମହାମେଣ୍ଟରେ ‘ହାମ’ ସମେତ ଆର୍‌ଜେଡି, ଜେଡିୟୁ, କଂଗ୍ରେସ, ସିପିଆଇ (ଏମ୍‌-ଏଲ୍‌), ସିପିଆଇ ଏବଂ ସିପିଏମ୍‌ ରହିଛନ୍ତି। ନୀତୀଶ କୁମାରଙ୍କ ଦଳ ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏର ମିଶି  ସରକାର ଗଠନ କରିଥିଲେ। ହଠାତ ଗତ ବର୍ଷ ନୀତୀଶ ବିଜେପି ହାତ ଛାଡ଼ି ବିରୋଧୀ ମହାମେଣ୍ଟରେ ସାମିଲ୍ ହୋଇଥିଲେ।

जीतन राम मांझी बोले- भ्रम फैला रहे कुछ लोग तेजस्‍वी यादव के बारे में नीतीश  कुमार के बयान पर बताई अपनी राय - Bihar Politics: Jitan Ram Manjhi said-  Nitish Kumar statement

   Related Posts