ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

Jio ବଦଳାଇବ ଆଇପିଏଲ ଦେଖିବାର ଅନୁଭୂତି, ଭିନ୍ନ-ଭିନ୍ନ ଆଙ୍ଗେଲଠୁ ଷ୍ଟାଡିୟମର ମଜା ନେଇପାରିବେ ଦର୍ଶକ

29/08/2022 at 8:53 PM

ନୂଆଦିଲ୍ଲୀ: ରିଲାଏନ୍ସର ୪୫ ତମ ସାଧାରଣ ବୈଠକରେ କମ୍ପାନି ଅନେକ ଘୋଷଣା କରିଛି । ଏଥିରେ JioAirFiber ନେଇ ମଧ୍ୟ ଘୋଷଣା କରାଯାଇଛି । ଏହାଦ୍ୱାରା ଆପଣଙ୍କ ଆଇପିଏଲ ଦେଖିବା ଅନୁଭୂତି ବଦଳି ଯିବ । ଏଥିରେ ଅନେକ ସୁବିଧା ଉପଲବ୍ଧ ରହିବ ଯାହା ବାବଦରେ କେହି ମଧ୍ୟ ଚିନ୍ତା କରି ନଥିବେ।

JioAirFiberରେ ଆପଣ ନିଜର ଘର କିମ୍ୱା ଅଫିସକୁ ହାଇ-ସ୍ପିଡ ଇଣ୍ଟରନେଟରେ ଯୋଡିପାରିବେ । ଏଥିରେ ଗିଗାବିଟ ସ୍ପିଡ ଇଣ୍ଟରନେଟ ସେବା ଦିଆଯିବ। କମ୍ପାନି କହିଛି ବିନା କୌଣସି ତାର ସାହାଯ୍ୟରେ ଅଲଟ୍ରା ହାଇ ଫାଇବର ପରି ସ୍ପିଡ ଲୋକଙ୍କୁ ପବନରେ ମିଳିବ । ଏହାଦ୍ୱାରା ଆପଣଙ୍କୁ ଘରେ ଇଣ୍ଟରନେଟ ପାଇଁ ଅଲଗା କୌଣସି ତାରର ଆବଶ୍ୟକତା ପଡିବ ନାହିଁ । JioAirFiberକୁ ନେଇ କମ୍ପାନି କହିଛି ଯେ ଏହା ଏଣ୍ଡ-ଟୁ-ଏଣ୍ଡ ସଲ୍ୟୁସନ ଆଧାରିତ 5ଜି । ଏହା ଏକାଧିକ ଭିଟିଓ ଷ୍ଟ୍ରିମ 4k ରିଜୋଲୁଏସନରେ କରିପାରିବ । ଏହାଦ୍ୱାରା ଆଇପିଏଲ ଦେଖିବାରେ ଲୋକଙ୍କୁ ଅଧକ ମଜା ମିଳିବ ।

ଏହି ସମୟରେ ଲୋକେ ଲାଇଭ ଭିଡିଓର ମାଜ ନେଇପାରିବେ । ଏହାଦ୍ୱାରା ଆପଣଙ୍କ ନିଜ ସାଙ୍ଗ ସହ ବସି ମ୍ୟାଚ୍ ଦେଖିବାର ଅନୁଭବ ପାଇପାରିବେ । ଏହାସହ ଆପଣ କ୍ୟାମେରା ଆଙ୍ଗେଲକୁ ମଧ୍ୟ ବାଝିପାରିବେ । ଅର୍ଥାତ ଯେଉଁ କ୍ୟାମେରାରୁ ଆପଣ ମ୍ୟାଚ ଦେଖିବାକୁ ଚାହିଁବେ ତାକୁ ଆଣପ ବାଛିପାରିବେ । ଅନ୍ୟ କ୍ୟାମେରା ଆଙ୍ଗେଲ ଗୁଡିକ ଛୋଟ-ଛୋଟ ସ୍କ୍ରିନରେ ଚାଲୁଥିବା। ଆଜି ଯାଏଁ ପ୍ରସାରଣକାରୀଙ୍କ ଦ୍ୱାରା ଉପଲବ୍ଧ କ୍ୟାମେରା ଆଙ୍ଗେଲକୁ ଦର୍ଶକ ଦେଖି ପାରୁ ଥିଲେ। କିନ୍ତୁ JioAirFiber ଆସିବା ଦ୍ୱାର ମ୍ୟାଚ ଦେଖିବାର ମଜା ଅଧିକ ହୋଇଯିବ।  

   Related Posts