କରୋନା ଲକଡାଉନ୍ ବେଳେ ଜିଓର ନୂଆ ଡାଟା ପ୍ଲାନ୍ : କର୍ମଜୀବିଙ୍କ ପାଇଁ ଓ୍ବାର୍କ ଫ୍ରମ୍ ହୋମ୍ ଅଫର

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ ୨୩/୩: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପି କମ୍ପାନୀ ନିଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ୍ ହୋମ୍ ପ୍ଲାନ୍ ପ୍ରଦାନ କରିବା ଆରମ୍ଭ କରି ଦେଇଛି। ଓ୍ବାର୍କ ଫ୍ରମ୍ ହୋମରେ ଇଣ୍ଟରନେଟର ସବୁଠୁ ବେଶୀ ଆବଶ୍ୟକତା ହୋଇଥାଏ। ଏପରି କ୍ଷେତ୍ରରେ ବିଏସଏନଏଲ୍ ଏବଂ ଏସିଟି ଫାଇବର ଭଳି କମ୍ପାନୀ ଓ୍ବାର୍କ ଫ୍ରମ୍ ହୋମ୍ ପ୍ଲାନ୍ ପ୍ରଦାନ କରିବା ଆରମ୍ଭ କରି ଦେଇଛି।

{"id":242985,"sizeSlug":"large"}

ଏବେ ରିଲାଏନ୍ସ ଜିଓ ମଧ୍ୟ ଏହିଭଳି ଓ୍ବାର୍କ ଫ୍ରମ୍ ହୋମ୍ ପ୍ଲାନ୍ ଆରମ୍ଭ କରି ଦେଇଛି। କମ୍ପାନୀ ୨୫୧ଟଙ୍କାର ଓ୍ବାର୍କ ଫ୍ରମ୍ ହୋମ ପ୍ଲାନ୍ ଲଞ୍ଚ କରିଛି। ଏହା ଅନୁସାରେ ୟୁଜରଙ୍କୁ ପ୍ରତିଦିନ ୨ଜିବି ଡାଟା ଦିଆଯାଉଛି।

{"id":242987,"sizeSlug":"large"}

ରିଲାଏନ୍ସ ଜିଓର ୨୫୧ଟଙ୍କାର ପ୍ଲାନର ଭ୍ୟାଲିଡିଟି ୫୧ଦିନ। ଏହି ପ୍ଲାନରେ କେବଳ ଡାଟା ରହିଛି। ଆପଣଙ୍କୁ ଏସଏମଏସ୍ ଏବଂ କଲିଙ୍ଗ୍ ମିଳିବ ନାହିଁ।

{"id":242989,"sizeSlug":"large"}

୨୫୧ଟଙ୍କାର ଏହି ପ୍ଲାନ୍ ସହ ଗ୍ରାହକଙ୍କୁ ଟୋଟାଲ୍ ୧୨୦ଜିବି ଡାଟା ମିଳିବ ଯାହା ହାଇ ସ୍ପିଡ। ପ୍ରତି ଦିନ ୨ଜିବି ଡାଟା ମିଳିବ,ଯଦି ଆପଣ ୨ଜିବି ଶେଷ କରି ଦେଉଛନ୍ତି ତେବେ ଆପଣଙ୍କ ସ୍ପିଡ କମ୍ କରି ଦିଆଯିବ।

{"id":242990,"sizeSlug":"large"}

ସ୍ଲୋ ସ୍ପିଡରେ ୟୁଜର୍ସଙ୍କୁ ୬୪କେବିପିଏସ୍ ସ୍ପିଡ ମିଳିବ। ସ୍ଲୋ ସ୍ପିଡର କୌଣସି ଲିମିଟ୍ ନଥାଏ,ଏହି ସ୍ପିଡରେ ଆପଣ ଅଧିକ କିଛି କରିପାରିବେ ନାହିଁ। ଖାସ୍ କରି ଭିଡିଓ ଷ୍ଟ୍ରିମିଂ କରି ପାରିବେ ନାହିଁ।

{"id":242991,"sizeSlug":"large"}

ନିକଟରେ କମ୍ପାନୀ ୪ଜି ଭାଉଚରରେ ପରିବର୍ତ୍ତନ କରିଛି। ଏଥିରେ ୧୧ଟଙ୍କା,୨୧ଟଙ୍କା,୫୧ଟଙ୍କା ଏବଂ ୧୦୧ଟଙ୍କାର ପ୍ଲାନରେ କମ୍ପାନୀ ଡବଲ୍ ଡାଟା ଦେବା ଆରମ୍ଭ କରିଛି।

{"id":242992,"sizeSlug":"large"}

୧୧ଟଙ୍କାରେ ୪୦୦ଏମବି ଡାଟା ମିଳୁଥିଲା,କିନ୍ତୁ ଏବେ ୮୦ଏମବି ଡାଟା ମିଳିବ। ଏହା ସହିତ ୭୫ମିନିଟ୍ ଜିଓରୁ ଅନ୍ୟ ନେଟଓ୍ବାର୍କକୁ କଥା ହେବାକୁ କିଛି ମିନିଟ୍ ମିଳିବ। ସେହିଭଳି ୨୧ଟଙ୍କାର ପ୍ରିପେଡ ପ୍ଲାନରେ ୨ଜିବି ଡାଟା ଦିଆଯିବ ଏବଂ ଏହା ସହ ନନ୍ ଜିଓ ୨୦୦ମିନିଟ ମିଳିବ।

{"id":242993,"sizeSlug":"large"}

୧୦୧ଟଙ୍କାରେ ୬ଜିବି ଡାଟା ଦିଆଯାଉଥିଲା,କିନ୍ତୁ ଏବେ ଡବଲ ଡାଟା ହିସାବରେ ଗ୍ରାହକଙ୍କୁ ୧୨ଜିବି ଡାଟା ଦିଆଯିବ। ଏହି ପ୍ଲାନରେ ୧୦୦୦ମିନିଟ୍ ଜିଓରୁ ଅନ୍ୟ ନେଟଓ୍ବାର୍କକୁ କଥା ହେବା ପାଇଁ ଦିଆଯିବ।ଏହି ପ୍ଲାନ୍ ଖାସ୍ କରି ଆପଣଙ୍କ ପାଇଁ ସେତେବେଳେ କାମକୁ ଆସିବ ଯେତେବେଳେ ଆପଣଙ୍କ ଡାଟା ଲିମିଟ୍ ସରିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.