ଗୁଗଲ ସହ ମିଶି ଶସ୍ତା 5G ଫୋନ ଲଞ୍ଚ କରିବ Jio, ମୁକେଶ ଅମ୍ୱାନୀଙ୍କ ବଡ଼ ଘୋଷଣା

Published By : Prameya-News7 Bureau | August 29, 2022 IST

ନୂଆଦିଲ୍ଲୀ: ରିଲାଏନ୍ସ ନିଜର ବାର୍ଷିକ ସାଧାରଣ ବୈଠକରେ ଜିଓ 5G ସର୍ଭିସ ଲଞ୍ଚ କରିବା ନେଇ ଘୋଷଣା କରିଛି। କମ୍ପାନି ଆସନ୍ତା ଦୀପାବଳି ସୁଦ୍ଧା 5ଜି ସେବା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଏହାସହ କମ୍ପାନି ଜିଓ ଫୋନ 5G ବିବାଦରେ ମଧ୍ୟ ଘୋଷଣା କରିଛି। କମ୍ପାନି ଏହାକୁ ଗୁଗଲ ସହ ପାର୍ଟନରଶିପ କରି ନିର୍ମାଣ କରିବ।

JioPhone 5Gକୁ ନେଇ ଅଧିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଏହାକୁ ନେଇ ପୂର୍ବରୁ ମଧ୍ୟ ଏକ ରିପୋର୍ଟ ସାମନାକୁ ଆସି ସାରିଛି। ଜିଓ ଫୋନ 5ଜି ଶସ୍ତାରେ ଲୋକଙ୍କୁ ମିଳିପାରିବ ବୋଲି ରିପୋର୍ଟରେ ଦାବି କରାଯାଇଥିଲା।

ଏକ ରିପୋର୍ଟ ଅନୁସାରେ, JioPhone 5Gରେ କମ୍ପାନି Qualcomm Snapdragon ୪୮୦ ପ୍ରୋସେସର ବ୍ୟବହାର କରିପାରେ। ଏଥିରେ ୪ ଜିବି ରାମ ଏବଂ ୩୨ ଜିବି ଯାଏଁ ଇଣ୍ଟରନାଲ ମେମୋରୀ ରହିବ। ଜିଓ ଫୋନ 5Gରେ ୬.୫ ଇଞ୍ଚର HD+ IPS LCD ସ୍କ୍ରିନ ମିଳିପାରେ। JioPhone 5Gର ମୂଲ୍ୟ ୧୨,୦୦୦ ହଜାର ଟଙ୍କାରୁ କମ ହୋଇପାରେ। ଏହି ସ୍ମାର୍ଟଫୋନକୁ ରିଲାଏନ୍ସର ପରବର୍ତ୍ତୀ ସାଧାରଣ ବୈଠକରେ ଲଞ୍ଚ କରାଯାଇ ପାରେ । ତେବେ ଚଳିତ ବର୍ଷ ଦୀପାବଳିରେ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.