ଜିଓ ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର: ୧୮୯ ଟଙ୍କା ରିଚାର୍ଜରେ ୮୪ ଦିନ ପର୍ଯ୍ୟନ୍ତ ପାଆନ୍ତୁ ଫ୍ରି କଲ ଓ ଇଣ୍ଟରନେଟ ସୁବିଧା, ପୁଣି ପାଇବେ କ୍ୟାସବ୍ୟାକ

Published By : Prameya-News7 Bureau | August 19, 2019 IST

ନୂଆଦିଲ୍ଲୀ୧୯|୮: ତିନି ବର୍ଷ ଭିତରେ ରିଲାନ୍ସ ଜିଓ ଗ୍ରାହକଙ୍କ ପାଖରେ ବେଶ୍ ଆଦୃତ ଲାଭ କରିଛି। ଅନ୍ୟ ସିମ୍ କମ୍ପାନିଗୁଡିକ ତୁଳନାରେ ଜିଓ ରିଲାନ୍ସ ଗ୍ରାହକମାନଙ୍କୁ ଶସ୍ତାରେ ଇଣ୍ଟରନେଟ ଓ ଫ୍ରି କଲ ସୁବିଧା। ଇଣ୍ଟରନେଟ ଓ ଫ୍ରି କଲ ପାଇଁ ପାଇଁ ଗ୍ରାହକଙ୍କୁ ପୂର୍ବରୁ ମାସକୁ ୪୦୦-୫୦୦ ଟଙ୍କା ରିଚାର୍ଜ କରିବାକୁ ପଡୁଥିଲା।

ବର୍ତ୍ତମାନ ଗ୍ରାହକଙ୍କୁ କମ୍ ଟଙ୍କାରେ ଇଣ୍ଟରନେଟ ଓ କଲ ସୁବିଧା ଜିଓ ଯୋଗାଇ ଦେଉଛି। ରିଲାନ୍ସ ଜିଓ ବର୍ତ୍ତମାନ ଏକ ନୂଆ ଅଫର ବଜାରକୁ ଛାଡିଛି। ଏହି ହେଉଛି ପେଟିଏମ କ୍ୟାସବ୍ୟାକ ଅଫର। ଏହି ଅଫର ଗ୍ରାହକଙ୍କ ପାଇଁ ଅଧିକ ଲାଭ ଦାୟକ ହେବ ବୋଲି ଆଶା କରାଯାଉଛି। ଯଦି ଆପଣ ପେଟିଏମ ମାଧ୍ୟରେ ୩୯୯ ଟଙ୍କାର ଅଫର ଥିବା ପ୍ୟାକ୍ ରିଚାର୍ଜ କରୁଛନ୍ତି ତେବେ ୨୧୦ ଟଙ୍କା କ୍ୟାସବ୍ୟାକ ଆକାରରେ ଆପଣ ଫେରସ୍ତ ପାଇପାରିବେ।

କ୍ୟାସବ୍ୟାକ ଅଫର ମାଧ୍ୟମରେ ୧୮୯ ଟଙ୍କାରେ ଫ୍ରି କଲ ଓ ଇଣ୍ଟରନେଟ ସୁବିଧା ୮୪ ଦିନ ପର୍ଯ୍ୟନ୍ତ ପାଇ​‌ବେ।ଏଥି ପାଇଁ ଜିଓ ଉପଭୋକ୍ତାମାନେ ପେଟିଏମ ମାଧ୍ୟମରେ ରିଚାର୍ଜ କରିବାକୁ ପଡିବ। ଆଗାମୀ ରିଚାର୍ଜ ପେଟିଏମ ମାଧ୍ୟମରେ କରନ୍ତୁ ଏବଂ କ୍ୟାସବ୍ୟାକ ପରେ ୧୮୯ ଟଙ୍କାରେ ଫ୍ରି କଲ ଓ ଇଣ୍ଟରନେଟ ସୁବିଧା ୮୪ ଦିନ ପର୍ଯ୍ୟନ୍ତ ଲାଭ ପାଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.