Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଜିଓ ଟ୍ରୁ ୫ଜି ସେବା ବାଲେଶ୍ୱର ସହିତ ଏବେ ଓଡ଼ିଶାର ୧୦ଟି ସହରରେ ଉପଲବ୍ଧ

24/01/2023 at 10:56 PM

⭐ ଏଥିମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଏବଂ ଏକମାତ୍ର ୫ଜି ଅପରେଟର ହୋଇଛି

⭐ ଦେଶର ୧୮୪ ସହରରେ ସମ୍ପ୍ରତି ଜିଓ ବ୍ୟବହାରକାରୀ ଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି

⭐ ଆଜିଠାରୁ ୩ ନୂଆ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା: ଗୋଆ, ହରିଆଣା ଏବଂ ପୁଡୁଚେରୀରେ ଉପଲବ୍ଧ ହେବ ଜିଓ ଟ୍ରୁ ୫ଜି

⭐ ଲୋକସଭାର ମାନନୀୟ ବାଚସ୍ପତି ଶ୍ରୀ ଓମ୍‍ ବିର୍ଲା ରାଜସ୍ଥାନର କୋଟାରେ ଜିଓ ଟ୍ରୁ ୫ଜି ସେବା ଉଦ୍‍ଘାଟନ କରିବେ

ମୁମ୍ବଇ I ଭୁବନେଶ୍ୱର ୨୪/୧: ରିଲାଏନ୍ସ ଜିଓ ମଙ୍ଗଳବାର ଦେଶର ୫୦ଟି ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସର୍ବବୃହତ୍‍ ଟୃ ୫ଜି ସେବା ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ବ୍ୟବହାରକାରୀ ଏବେ ଜିଓ ହଟ୍ରୁ ୫ଜି ସେବା ଉପଭୋଗ କରୁଛନ୍ତି।

ଏହାମଧ୍ୟରୁ ଅଧିକାଂଶ ସହରରେ ରିଲାଏନ୍ସ ଜିଓ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବରେ ୫ଜି ସେବା ପ୍ରଚଳନ କରିଛି। ଏହି ସହରଗୁଡିକରେ ଥିବା ଜିଓ ବ୍ୟବହାରକାରୀମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ୧ ଜିବିପିଏସ୍‍+ ସ୍ପିଡ୍‍ ପର୍ଯ୍ୟନ୍ତ ଅସୀମିତ ଡାଟା ବ୍ୟବହାର କରିବା ଅନୁଭୂତି ପାଇଁ ଜିଓ ୱେଲ୍‍କମ ଅଫର୍‍କୁ ଆମନ୍ତ୍ରଣ କରାଯିବ ଯାହା ମଙ୍ଗଳବାରଠାରୁ ଆରମ୍ଭ ହେଉଛି।

ଓଡ଼ିଶାରେ ଜିଓ ଟ୍ରୁ ୫ଜି ଆଜି ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସଗୁଡା, ପୁରୀ ଏବଂ ସମ୍ବଲପୁର ଭଳି ଆଉ ୬ଟି ସହରରେ ଆରମ୍ଭ ହୋଇଛି । ଏଥିସହିତ ଓଡ଼ିଶାର ୧୦ଟି ପ୍ରମୁଖ ସହରରେ ସମ୍ପ୍ରତି ଜିଓ ଟ୍ରୁ ୫ଜି ସେବା ଉପଲବ୍ଧ ହେଉଛି । ପୂର୍ବରୁ ଜିଓ ଟ୍ରୁ ୫ଜି ସେବା ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁର ସହରରେ ପ୍ରଚଳନ କରାଯାଇସାରିଛି ।

ଏହି ଅବସରରେ ପ୍ରକାଶ କରି ଜିଓ ମୁଖପାତ୍ର କହିଛନ୍ତି, “ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୫୦ଟି ସହରରେ ଜିଓ ଟୃ ୫ଜି ସେବା ପ୍ରଚଳନ କରିବା ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ଅଛୁ ଏବଂ ଏହାସହ ଦେଶର ମୋଟ ୧୮୪ଟି ସହରରେ ଜିଓ ଟୃ ୫ଜି ସେବା ଉପଲବ୍ଧ ଅଛି। ଏବେ ସୁଦ୍ଧା କେବଳ ଭାରତ ନୁହେଁ, ପୃଥିବୀର ଯେକୌଣସି ସ୍ଥାନରେ ଅନ୍ୟତମ ସର୍ବବୃହତ ୫ଜି ସେବା ପ୍ରଚଳନ ହୋଇଛି।

ସାରା ଦେଶରେ ଆମେ ଟ୍ରୁ ୫ଜି ସେବା ପ୍ରଚଳନର ବେଗ (ସ୍ପିଡ) ଓ ସାନ୍ଦ୍ରତା (ଇଣ୍ଟେନ୍‍ସିଟି)କୁ ତ୍ୱରାନ୍ୱିତ କରିଛୁ, କାରଣ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ଜିଓ ଟ୍ରୁ ୫ଜି ପ୍ରଯୁକ୍ତିର ରୂପାନ୍ତରଣକାରୀ ଫାଇଦା ନୂଆବର୍ଷ ୨୦୨୩ରେ ପାଆନ୍ତୁ ବୋଲି ଆମେ ଚାହୁଁଛୁ। ଜିଓ ଟ୍ରୁ ୫ଜି ସେବାରୁ ସାରା ଦେଶରେ ୨୦୨୩ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ଏବଂ ସମସ୍ତ ଉପଭୋକ୍ତା ଏହା ଉପଭୋଗ କରିବାକୁ ସମର୍ଥ ହେବେ।

ପ୍ରତ୍ୟେକ ଭୌଗୋଳିକ ଅଞ୍ଚଳକୁ ଡିଜିଟାଇଜ କରିବା ଦିଗରେ ଆମ ପ୍ରୟାସରେ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଆମେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ଗୋଆ, ହରିଆଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟ ସରକାରମାନଙ୍କ ନିକଟରେ କୃତଜ୍ଞ ।”

ଜିଓ ଟ୍ରୁ-୫ଜିର ତ୍ରୀସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି: ସେଗୁଡ଼ିକ ଯଥା

💫 ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ

💫 ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁଠାରୁ ବଡ଼ ଓ ଶ୍ରେଷ୍ଠ ମିଶ୍ରଣ।

💫 କ୍ୟାରିୟର ଆଗ୍ରିଗେସନ୍‍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବେ ଏହି ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରିଛି।

   Related Posts