ମାଗଣା​‌ରେ IPL ୨୦୨୩ ଦେଖିପାରିବେ ଜିଓ ଗ୍ରାହକ: ଜାଣନ୍ତୁ କେମିତି ମିଳିବ ଏହି ସୁବିଧା

Published By : Prameya-News7 Bureau | February 21, 2023 IST

ନୂଆଦିଲ୍ଲୀ, ୨୧/୦୨:  ଆଇପିଏଲ ଦର୍ଶକଙ୍କ ପାଇଁ ଖୁସି ଖବର। ଭାରତର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା କରିଛି। ଜିଓ ଏହାର ଜିଓସିନେମା ପ୍ଲାଟଫର୍ମରେ ଆଇପିଏଲର ୨୦୨୩ ର ସିଧା ପ୍ରସାରଣ କରିବ। ଅର୍ଥାତ୍ ଜିଓ ଗ୍ରାହକ ଅତି ସହଜରେ ଜିଓ ସିନେମା ଆପ୍‌ରେ ହିଁ ଆଇପିଏଲ ଦେଖିପାରିବେ।

୩୧ ମାର୍ଚ୍ଚରୁ ଆରମ୍ଭ ହେଉଥିବା କ୍ରିକେଟ୍‌ ଓ୍ବାର୍ଲ୍ଡ କପ୍‌ର ଏହି ବଡ଼ ଆୟୋଜନକୁ ରିଲାଏନ୍ସ ଜିଓ ୟୁଜର୍ସ ୪କେ ରେଜୁଲ୍ୟୁସନ୍‌ରେ ମଧ୍ୟ ଷ୍ଟ୍ରିମ୍ କରିପାରିବେ। ଏହା ପୂର୍ବରୁ ଆଇପିଏଲର ଷ୍ଟ୍ରିମିଂ ରାଇଟ୍ସ ଡିଜନୀ+ହଟଷ୍ଟାର ପାଖରେ ଥିଲା ।  ଜିଓ ସିନେମା ପୂର୍ବରୁ ଫିଫା ଓ୍ବାର୍ଲ୍ଡ କପ୍‌ର ସିଧାପ୍ରସାରଣ ନିଜର ପ୍ଲାଟଫର୍ମରେ କରିଥିଲା। ବଡ଼ କଥା ହେଉଛି ଯେଉଁମାନଙ୍କ ପାଖରେ ଜିଓଫୋନ୍‌ର ଫିଚର ଫୋନ୍‌ ରହିଛି, ସେମାନେ ମଧ୍ୟ ଆଇପିଏଲ ଦେଖିପାରିବେ।

କମ୍ପାନୀ ଘୋଷଣା କରିଛି କରିଛି ଯେ ଜିଓସିନେମା ୟୁଜର୍ସଙ୍କୁ ୧୨ ଭାଷାରେ ଆଇପିଏଲ ଷ୍ଟ୍ରିମିଂର ବିକଳ୍ପ ଦିଆଯିବ। ଯେଉଁଥିରେ ଇଂରାଜୀ, ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ବଙ୍ଗାଳୀ ଏବଂ ଭୋଜପୁରୀ ଭଳି ଭା​‌ଷା ରହିଛି। ନିଜ ପସନ୍ଦର ଭାଷା ବାଛିପାରିବେ। ଏହା ସହ ସ୍କ୍ରିନ୍‌ରେ ଆସୁଥିବା ଭାଷାରେ ମଧ୍ୟ ବାଛିଥିବା ଭାଷାରେ ଦେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.