suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜିଓ ଗ୍ରାହକ ପାଇଁ ବଲ୍ଲେ ବଲ୍ଲେ : ୩ ମାସ ପର୍ଯ୍ୟନ୍ତ ଡାଟା ଏବଂ କଲ ଫ୍ରି, ୧୦୦ପ୍ରତିଶତ କ୍ୟାଶ ବେକ୍

21/12/2018 at 1:06 PM

ଭୁବନେଶ୍ୱର ୨୧/୧୨ : ଭାରତୀୟ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୨୫ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି | ନିକଟରେ ଏହି ଖବର ସାମ୍ନାକୁ ଆସିଛି | ୨୫ କୋଟି ଭାରତୀୟ ଜିଓ ବ୍ୟବହାର କରୁଥିବା ଖୁସିରେ ଜିଓ ଆହୁରି ପ୍ଲାନ ଏବଂ ଅଫର ଲଞ୍ଚ କରିଛି | ନିକଟରେ ଜିଓ ତାର ବର୍ଷିକ ଡାଟା ପ୍ଲାନ ଲଞ୍ଚ କରିଛି | ଯେଉଁଥିରେ ଗ୍ରାହକ ୫୪୭.୫ ଜିବି ଡାଟା ଯୋଗାଇ ଦେବ | ଏଥିସହ ଜିଓ ୧୪୯ରୁ ଅଧିକ ସମସ୍ତ ପ୍ଲାନରେ ୧୦୦ ପ୍ରତିଶତ କ୍ୟାସ ବ୍ୟାକ ଦେଉଛି | ଏହାଛଡା ଆସନ୍ତା ଦୀପାବଳିରେ ଜିଓ ପୁଣି ୩ ମାସ ପର୍ଯ୍ୟନ୍ତ ନିଜ ଗ୍ରାହକମାନଙ୍କୁ ଫ୍ରି ଡାଟା ଏବଂ କଲ ସୁବିଧା ଯୋଗେଇ ଦେବାକୁ ଯାଉଛି |

ଆସନ୍ତା ଦୀପାବଳିରେ ଜିଓ ନିଜର ଗିଗାଫାଇବର ସେବା ଆରମ୍ଭ କରିବାକୁ ଯାଉଛି | ଏହି ସେବା ଅନୁସାରେ ଗ୍ରାହକଙ୍କୁ ୩ମାସ ପର୍ଯ୍ୟନ୍ତ ଡାଟା ଏବଂ କଲ ସମ୍ପୂର୍ଣ ଫ୍ରି ମିଳିବ | ଫ୍ରି ଡାଟା ଏବଂ କଲ ପାଇଁ ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ ଚାର୍ଜ ନିଆଯିବନାହିଁ ବୋଲି ଜିଓ କମ୍ପାନୀ ସୂଚନା ଦେଇଛି | ଜିଓର ଏଭଳି ନିଷ୍ପତ୍ତିରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି | ଏହି ଯୋଜନା କାର୍ଯ୍ୟକାରୀ କରିବା ପରେ ଭାରତ ଫିକ୍ସଡ଼ ଲାଇନ ବ୍ରଡ଼ବ୍ୟାଣ୍ଡ ଡାଟା ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଯିବ | ଏବେ ଭାରତ ଫିକ୍ସଡ଼ ଲାଇନ ବ୍ରଡ଼ବ୍ୟାଣ୍ଡ ଡାଟା ବ୍ୟବହାରକାରୀ ଦେଶମାନଙ୍କ ମଧ୍ୟରେ ୧୩୫ତମ ସ୍ଥାନରେ ରହିଛି |

ଜିଓର ଏହି ସେବାର ଲାଭ କେମିତି ଉଠାଇବେ ଜାଣନ୍ତୁ :

ଆସନ୍ତା ଦୀପାବଳିରୁ ଆରମ୍ଭ ହେଉଥିବା ଜିଓର ନୂଆ ପ୍ଲାନରେ ସାମିଲ ହେବ ପାଇଁ ଆପଣଙ୍କୁ ୪୫୦୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ କରିବାକୁ ପଡିବ | ଏହି ଟଙ୍କା ଜମା କରିବା ପରେ ଆପଣଙ୍କୁ ଆଉ କୌଣସି ଅତିରିକ୍ତ ରିଚାର୍ଜ କରିବାକୁ ପଡିବ ନାହିଁ | ନିକଟରେ ଜିଓ ଡେନ ଏବଂ ହେଥବେ ଜେସୀ ଭଳି କେଵଲ ଅପରେଟର କମ୍ପାନୀର ଏକ ଭାଗ କିଣିଛି | ଆପଣ ଯଦି ଏହି କମ୍ପାନୀର ଉପଭୋକ୍ତା ତାହେଲେ ଆପଣଙ୍କୁ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ଆସନ୍ତା ଦୀପାବଳିରେ ଜିଓ ନିଜର ଗିଗାଫାଇବରର ଆଉ ୫ଟି ପ୍ଲାନ ଲଞ୍ଚ କରିବାକୁ ଯାଉଛି | ଏହି ସବୁ ପ୍ଲାନ ୫୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିବ |

   Related Posts