ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ରିଲାଏନ୍ସ ଜିଓର ଫାଇବର ସେବାର ଲୋକପ୍ରିୟତା । ଜିଓର ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଏବଂ ଜିଓ ଏୟାରଫାଇବରର ବଢୁଥିବା ଚାହିଦା ସହିତ ଓୟାରଲାଇନ କ୍ଷେତ୍ରରେ ନିଜର ଅଗ୍ରଣୀ ସ୍ଥିତି କାରଣରୁ କମ୍ପାନିର ଲୋକପ୍ରିୟତା ବଢ଼ିଛି।
ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବର ମାସରେ ଜିଓ ରାଜ୍ୟରେ ସର୍ବାଧିକ ୧୫, ୮୦୦ରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ଯୋଡିଛି।ଆଉ ଏହା ସହ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୫୬ ଲକ୍ଷରେ ପହଞ୍ଚିଥିବାବେଳେ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩.୫ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି ।
ସୂଚନାଯୋଗ୍ୟ ଯେ, ଜିଓ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ରହିଆସିଛି । ଓଡ଼ିଶା ଟେଲିକମ କ୍ଷେତ୍ରରେ ୪୫ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ବ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ରହିଛି।