ଜିଓ ଗ୍ରାହକଙ୍କୁ ଝଟ୍‌କା, ଏହି ପ୍ଲାନ୍‌ର ଭାଲିଡିଟି କମାଇଲା କମ୍ପାନୀ

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୨: ଜିଓ ଗ୍ରାହକଙ୍କୁ ଝଟକା । ୧୨୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ର ଅବଧି ହ୍ରାସ କରିଛି ଦୂରସଞ୍ଚାର କମ୍ପାନୀ ଜିଓ । ବର୍ତ୍ତମାନ ଗ୍ରାହକଙ୍କୁ ଏହି ପ୍ଲାନ୍ ରେ ୩୩୬ ଦିନର ଅବଧି ମିଳିବ । ପୂର୍ବରୁ ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ୩୬୫ଦିନର ଅବଧି ମିଳୁଥିଲା । ଅନ୍ୟପଟେ ଏୟାରଟେଲ୍, ଭୋଡାଫୋନ୍-ଆଇଡିଆଇ ଏବଂ ବିଏସଏନଏଲ ଲଙ୍ଗ୍ ଟର୍ମ ପ୍ରିପେଡ୍ ପ୍ଲାନ୍ ୩୬୫ ଦିନର ଅବଧି ସହ ଉପଲବ୍ଧ ରହିଛି ।

ଜିଓ ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ୨୪ଜିବି ଡାଟା ଏବଂ ୩୬୦୦ ଏସଏମଏସର ସୁବିଧା ପ୍ରଦାନ କରୁଛି । ଏହା ବ୍ୟତୀତ ଗ୍ରାହକ ଜିଓରୁ ଜିଓ ନେଟଓ୍ବର୍କକୁ ଅସୀମିତ କଲିଂ କରିପାରିବେ । ଅନ୍ୟ ନେଟଓ୍ବର୍କକୁ କଲ୍ କରିବା ପାଇଁ ୧୨୦୦୦ ଏଫୟୁପି ମିନିଟ୍ ଦେଉଛି । ଏହି ପ୍ଲାନ୍ ର ଅବଧି ୩୩୬ ଦିନ ରହିଛି ।

ଜିଓର ଅନ୍ୟ ପ୍ଲାନ୍ ମଧ୍ୟରେ ୩୨୯ ଟଙ୍କିଆ ପ୍ଲାନରେ ଜିଓ ଗ୍ରାହକଙ୍କୁ ୬ଜିବି ଡାଟା ସୁବିଧା ପ୍ରଦାନ କରୁଛି । ଏହା ବ୍ୟତୀତ ଗ୍ରାହକ ଜିଓରୁ ଜିଓ ନେଟଓ୍ବର୍କକୁ ଅସୀମିତ କଲିଂ କରିପାରିବେ । ଅନ୍ୟ ନେଟଓ୍ବର୍କକୁ କଲ୍ କରିବା ପାଇଁ ୧୦୦୦ ଏଫୟୁପି ମିନିଟ୍ ଦେଉଛି । ଏହି ପ୍ଲାନ୍ ର ଅବଧି ୮୪ ଦିନ ରହିଛି ।

୨୯୭ ଟଙ୍କିଆ ପ୍ଲାନରେ ଜିଓ ଗ୍ରାହକଙ୍କୁ ୮୪ ଦିନର ଅବଧି ମିଳୁଛି । ଏହି ପ୍ଲାନ୍ କେବଳ ଜିଓ ଫୋନ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ।

ସେହିଭଳି ୯୮ ଟଙ୍କିଆ ପ୍ଲାନରେ ଜିଓ ଗ୍ରାହକଙ୍କୁ ୨ଜିବି ଡାଟା ସହ ୩୦୦ ଏସଏମଏସ ସୁବିଧା ପ୍ରଦାନ କରୁଛି । ଏହା ବ୍ୟତୀତ ଗ୍ରାହକ ଜିଓରୁ ଜିଓ ନେଟଓ୍ବର୍କକୁ ଅସୀମିତ କଲିଂ କରିପାରିବେ । ଅନ୍ୟ ନେଟଓ୍ବର୍କକୁ କଲ୍ କରିବା ଆଇୟୁସି ମିନିଟ୍ ଚାର୍ଜ ପଡିବ । ଏହି ପ୍ଲାନ୍ ର ଅବଧି ୨୮ ଦିନ ରହିଛି ।

୧୨୯ ଟଙ୍କିଆ ପ୍ଲାନରେ ଜିଓ ଗ୍ରାହକଙ୍କୁ ୨ଜିବି ଡାଟା ସହ ୩୦୦ ଏସଏମଏସର ସୁବିଧା ପ୍ରଦାନ କରୁଛି । ଏହା ବ୍ୟତୀତ ଗ୍ରାହକ ଜିଓରୁ ଜିଓ ନେଟଓ୍ବର୍କକୁ ଅସୀମିତ କଲିଂ କରିପାରିବେ । ଅନ୍ୟ ନେଟଓ୍ବର୍କକୁ କଲ୍ କରିବା ପାଇଁ ୧୦୦୦ ଏଫୟୁପି ମିନିଟ୍ ଦେଉଛି । ଏହି ପ୍ଲାନ୍ ର ଅବଧି ୨୮ ଦିନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.