oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଜିଓ ପକ୍ଷରୁ ଜିଓଫୋନ୍ ଓ ଜିଓଫୋନ୍- ୨ ଗ୍ରାହକଙ୍କ ପାଇଁ ଜିଓରେଲ୍ ଆପ୍ ଆରମ୍ଭ : ରେଳ ଟିକଟ ବୁକିଂ ଓ କ୍ୟାନସେଲ୍‌ ହେଲା ସହଜ

28/01/2019 at 2:49 PM

ଭୁବନେଶ୍ୱର ୨୮/୧ : ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ କରିବା ପ୍ରତି ନିରନ୍ତର ଉଦ୍ୟମ ଜାରି ରଖି, ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ସୁବିଧା ଆଣିଦେଇଛି । ପ୍ରଥମ ଥର ପାଇଁ, ସମ୍ପୂର୍ଣ୍ଣ ନୂଆ ଜିଓରେଲ୍ ଆପ୍ ଜରିଆରେ ଗ୍ରାହକମାନେ
ଯେକୌଣସି ଜିଓଫୋନରୁ ଆଇଆରସିଟିସିର ଟିକଟ ସଂରକ୍ଷଣ ସେବା ହାସଲ କରିପାରିବେ । ଏହି ଆପ୍ ଜରିଆରେ ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇ-ୱାଲେଟ୍ ବ୍ୟବହାର କରି ଟିକଟ ବୁକ୍ ଓ କ୍ୟାନସେଲ କରିପାରିବେ, ପିଏନଆର ସ୍ଥିତି ଯାଂଚ, ଟ୍ରେନ୍ ସୂଚନା, ସମୟ, ରୁଟ୍, ସିଟ ଉପଲବ୍ଧତା ଏବଂ ଆହୁରି ଅନେକ ସେବାକୁ ସେମାନଙ୍କ ଜିଓଫୋନର ବଟନ୍ ଦବାଇ ଜାଣିପାରିବେ ।

ଜିଓ ଆପ୍ ଷ୍ଟୋରରେ ଉପଲବ୍ଧ ହୋଇଥିବା ଜିଓରେଲ୍ ଆପରେ ଶେଷ ମୁହୂର୍ତ ଯାତ୍ରା ପାଇଁ ତତ୍କାଳ ଟିକଟ ବୁକିଙ୍ଗ କରିହେବ । ଯଦି ଗ୍ରାହକଙ୍କ ଆଇଆରସିଟିସି ଆକାଉଂଟ୍ ନଥିବ, ଏହି ଆପ୍ ଜରିଆରେ ସେମାନେ ଏକ ଆକାଉଣ୍ଟ ସୃଷ୍ଟି କରିପାରିବେ ଓ ଟିକଟ ବୁକିଙ୍ଗ କରିପାରିବେ । ଏହି ଆପ୍ ଜରିଆରେ ବୁକିଙ୍ଗ ହୋଇଥିବା ଟିକଟର ପିଏନଆରକୁ ମଧ୍ୟ ରେଲଜିଓ ଆପ ଗ୍ରାହକମାନେ ଯାଂଚ କରିପାରିବେ । ଏହି ଆପରେ ଅନେକ ପ୍ରକାର ଉନ୍ନତ ସେବା ପ୍ରଦାନ କରିବାର ଯୋଜନା ରହିଛି ଯଥା ପିଏନ୍ଆର ସ୍ଥିତି ପରିବର୍ତନ ଆଲର୍ଟ, ଟ୍ରେନର ସ୍ଥିତି ଜାଣିବା ଓ ଭବିଷ୍ୟତରେ ଖାଦ୍ୟ ବରାଦ ଆଦି ଯୋଜନା ରହିଛି ।

ରେଲୱେ ଆପରେ ଟ୍ରେନ ଟିକଟ ବୁକିଙ୍ଗକୁ ଅତି ସହଜ କରାଯାଇଛି । ଏହି ସ୍ୱତନ୍ତ୍ର ସେବା ପାଇଁ ଭାରତୀୟ ଗ୍ରାହକଙ୍କୁ
ଆଉ ଟିକଟ ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବନି କିମ୍ବା ଟିକଟ ବୁକିଙ୍ଗ ପାଇଁ ଏଜେଂଟଙ୍କୁ ପେମେଂଟ୍ ଦେବାକୁ ପଡ଼ିବନି ବରଂ ପ୍ରତିବଦଳରେ ଉନ୍ନତ ଡିଜିଟାଲ ଜୀବନ ଅନୁଭୂତିକୁ ଉପଭୋଗ କରିହେବ ।

   Related Posts