ଅତ୍ୟାଧୁନିକ ଫିଚର ସହିତ ଜିଓଫୋନ୍ ନେକ୍ସଟ୍ ଏବେ ଓଡ଼ିଶାର ୭,୦୦୦ରୁ ଅଧିକ ରିଟେଲ୍ ଷ୍ଟୋର୍‌ରେ ଉପଲବ୍ଧ

Published By : Prameya-News7 Bureau | March 14, 2022 IST

ଭୁବନେଶ୍ୱର ୧୪/୦୩ : ଗୁଗୁଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ୍ (JioPhone Next) ଏବେ ଓଡ଼ିଶାର ୭୦୦୦ରୁ ଅଧିକ ମୋବାଇଲ୍ ଷ୍ଟୋର୍ ସହିତ ଜିଓ ଷ୍ଟୋର୍‌, ଜିଓ ପଏଣ୍ଟ, ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଏବଂ ଜିଓ ସେଣ୍ଟର ଗୁଡ଼ିକରେ ଉପଲବ୍ଧ ହୋଇଛି । ବ୍ୟାପକ ଭାବେ ଉପଲବ୍ଧ ହୋଇଥିବାରୁ ନିଜର ଫିଚର୍ ଫୋନ୍‌କୁ ସ୍ମାର୍ଟଫୋନ୍‌ରେ ଅପ୍‌ଗ୍ରେଡ୍ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ଡିଜିଟାଲ୍ ଅନୁଭୂତି ହାସଲ କରିବା ସୁଯୋଗ ସେମାନଙ୍କ ଘର ପାଖରେ ପହଞ୍ଚିପାରିଛି ।

ଉନ୍ମୋଚନ ହେବା ପରଠାରୁ ଜିଓଫୋନ୍ ନେକ୍ସଟ୍ ଏହାର ଅନନ୍ୟ ଡିଜିଟାଲ୍ ଅନୁଭୂତି ମାଧ୍ୟମରେ ବିଶେଷ କରି ଓଡ଼ିଶାର ଦୂରଦୂରାନ୍ତ ଅଞ୍ଚଳ ସହିତ ସହରାଞ୍ଚଳରେ ରହୁଥିବା ପ୍ରଥମ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କୁ ଉଲ୍ଲସିତ କରିଛି । ଦାମିକା ସ୍ମାର୍ଟଫୋନ୍ ଭଳି ଏଥିରେ ସର୍ବାଧୁନିକ ଫିଚର୍ ଓ ସୁବିଧା ସୁଯୋଗ ସାଙ୍ଗକୁ ସମସ୍ତ ଗୁଗୁଲ୍ ଆପ୍ ଏବଂ ଜିଓର ପ୍ରିମିୟମ୍ ଆପ୍ଲିକେସନ୍‌, ଶକ୍ତିଶାଳୀ ପଛ କ୍ୟାମେରା ଓ ସାମ୍ନା ସେଲ୍ଫି କ୍ୟମେରା ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି । ଯାହା ଫିଚର ଫୋନରୁ ସ୍ମାର୍ଟଫୋନ୍‌କୁ ଅପ୍‌ଗ୍ରେଡ୍ ହେଉଥିବା ହଜାର ହଜାର ଗ୍ରାହକଙ୍କୁ ଖୁସି ଅନୁଭୁତି ଦେଉଛି ।

ଜିଓଫୋନ୍ ନେକ୍ସଟ୍ କେବଳ ୬ହଜାର ୪୯୯ ଟଙ୍କାରେ ବଜାରରେ ଉପଲବ୍ଧ ହେଉଛି । ତେବେ ସ୍ୱଳ୍ପ ମାସିକ କିସ୍ତିରେ କିଣିବାକୁ ଚାହୁଁଥିବା ଗ୍ରାହକମାନେ ମାତ୍ର ୧ ହଜାର ୯୯୯ ଟଙ୍କା ଦେଇ ଜିଓଫୋନ୍ ନେକ୍ସଟ୍ କିଣିପାରିବେ ଏବଂ ବଳକା ଟଙ୍କାକୁ ୧୮ କିମ୍ବା ୨୪ ମାସର ସହଜ ମାସିକ କିସ୍ତି (ଇଏମ୍‌ଆଇ) ଆକାରରେ ମଧ୍ୟ ଦେଇପାରିବେ ।ଜିଓଫୋନ୍ ନେକ୍ସଟ୍ ହେଉଛି ପ୍ରଥମ ସ୍ମାର୍ଟଫୋନ୍ ଯେଉଁଥିରେ ପ୍ରଗତି ଓଏସ୍ (ଅପରେଟିଙ୍ଗ୍ ସିଷ୍ଟମ୍‌) ରହିଛି ଯାହାକୁ ଜିଓଫୋନ୍ ନେକ୍ସଟ୍ ପାଇଁ ଆଣ୍ଡ୍ରଏଡ୍‌ର ଉନ୍ନତ ଭର୍ସନ ଭାବେ ପ୍ରସ୍ତୁତ କରାଯାଇଛି। ସାରା ଦେଶର ଗ୍ରାହକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ନଜରରେ ରଖି ଉଭୟ ଗୁଗୁଲ୍ ଓ ଜିଓ ମିଳିତ ଭାବେ ଏହି ଅପରେଟିଂ ସିଷ୍ଟମ୍ ବିକଶିତ କରିଛନ୍ତି ।

ଜିଓଫୋନ୍ ନେକ୍ସଟ୍‌ରେ ଫୋନ୍ ଗୁଡିକ ତୁଳନାରେ ଅନେକ ବିଶେଷ ସୁବିଧା ଯେଭଳିକି ୧୦ଟି ଭାଷାର ବିକଳ୍ପ, ଅନୁବାଦ ସୁବିଧା, ରିଡ୍ ଏଲାଉଡ୍ ଭଳି ସୁବିଧା ରହିଛି । ବ୍ୟବହାରକାରୀ ବୁଝି ପାରୁନଥିବା କୌଣସି ଭାଷାକୁ ମାତ୍ର ଗୋଟିଏ କ୍ଲିକରେ ନିଜ ପସନ୍ଦର ଭାଷାକୁ ଅନୁବାଦ କରି ପଢିପାରିବେ । ଏହି ଅନୁବାଦ ଓ ରିଡ୍ ଆଲାଉଡ୍ ସୁବିଧା ଗ୍ରାହକଙ୍କ ଫୋନ୍ ସ୍କ୍ରିନରେ ରହିଥିବା ଲେଖା ବା ଆପ୍ କିମ୍ବା ୱେବ୍ ସାଇଟ୍ ତଥା ଫଟୋରେ ରହିଥିବା ଲେଖାକୁ ମଧ୍ୟ ସେମାନଙ୍କ ପସନ୍ଦର ଭାଷାରେ ଅନୁବାଦ କରିପାରିବ । ଆପ୍ ଆକ୍ସନ୍‌ସକୁ ବ୍ୟବହାର କରି ଗ୍ରାହକମାନେ ଭଏସ୍ ଫାଷ୍ଟ୍ ଦକ୍ଷତାକୁ ଉପଯୋଗ କରିପାରିବେ ଯାହା ଗ୍ରାହକଙ୍କୁ ଫୋନ୍‌ରେ ଜିଓ ଆପ୍‌ର ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ ।

ଜିଓଫୋନ୍ ନେକ୍ସଟ୍ ରେ ୫.୪୫ ଇଞ୍ଚ୍ର ଏଚ୍‌ଡି ଡିସ୍‌ପ୍ଲେ , ମଲ୍‌ଟି ଟଚ୍ ସ୍କ୍ରିନ୍‌, କର୍ଣ୍ଣିଂ ଗୋରିଲା ଗ୍ଲାସ୍ ଥ୍ରି, ପୂର୍ବରୁ ଲୋଡ୍ ହୋଇଥିବା ଅପ୍ଟିମାଇଜ୍‌ଡ ଜିଓ ଏବଂ ଗୁଗୁଲ୍‌ର ସମସ୍ତ ଆପ୍, ଶକ୍ତିଶାଳୀ ୧୩ ମେଗାପିକ୍ସେଲ୍ ପଛ କ୍ୟାମେରା, ୮ ମେଗାପିକ୍ସେଲ୍ ସାମ୍ନା ସେଲ୍‌ଫି କ୍ୟାମେରା ସହିତ ବିଲ୍‌ଟ ଇନ୍ ଫିଲ୍‌ଟର ଓ ସ୍ୱଳ୍ପ ଆଲୋକରେ ଫଟୋ ଉଠାଇବା ସୁବିଧା, ୩୫୦୦ ଏମ୍‌ଏଏଚ୍ ବ୍ୟାଟେରି, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ୍ କ୍ୟୁଏମ୍ ୨୧୫ ପ୍ରୋସେସର, ୨ ଜିବି ରାମ୍‌, ୩୨ ଜିବି ଆଭ୍ୟନ୍ତରୀଣ ମେମୋରି, ୫୧୨ ଜିବି ପର୍ଯ୍ୟନ୍ତ ବାହ୍ୟ ମେମୋରି ଲାଗି ସ୍ୱତନ୍ତ୍ର ସ୍ଲଟ୍‌, ସ୍ୱୟଂକ୍ରିୟ ସଫ୍ଟଓୟାର ଓ ସିକ୍ୟୁରିଟି ଅପ୍‌ଡେଟ୍ ସୁବିଧା, ୱାଇ-ଫାଇ ହଟ୍‌ସ୍ପଟ୍‌, ଓଟିଜି ସହାୟତା, ଲାଇଟ୍ ସେନ୍‌ସର୍ ଓ ପ୍ରକ୍ସିମିଟି ସେନ୍‌ସର୍ ଇତ୍ୟାଦିର ସୁବିଧା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.