ଖୁବ୍ ଶୀଘ୍ର ଆସୁଛି ଜିଓ ସ୍ମାର୍ଟଫୋନର ଏହି ନୂଆ ମଡେଲ୍ : ଶସ୍ତା ସହ ମନଲୋଭା
13/01/2019 at 10:57 AM

ନୂଆଦିଲ୍ଲୀ ୧୩/୧: ଖୁବ୍ ଶୀଘ୍ର ରିଲାଏନ୍ସ ଜିଓ ୪ଜି ସ୍ବାର୍ଟଫୋନ୍ ଜିଓ ଫୋନ୍-୩ କୁ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଚଲେଇଛି । ଏହି ଫୋନର ମୂଲ୍ୟ ମଧ୍ୟ ଗ୍ରାହକଙ୍କ ବଜେଟ୍ ହିସାବରେ ରଖାଯିବ। ସୂଚନା ମିଳିଛି ଜିଓ ନିଜର ଏହି ସ୍ମାର୍ଟଫୋନ୍ ପାଇଁ ଆମେରିକାରେ ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ଫ୍ଲେକ୍ସ ସହ କଥାବାର୍ତ୍ତା କରୁଅଛି।
ଏହି ସ୍ମାର୍ଟଫୋନରେ ୫.୫ଇଞ୍ଚର ଡିସପ୍ଲେ ରହିବ। ଜିଓ ନିଜର ଏହି ଫୋନକୁ ଦୁଇଟି ଭିନ୍ନ ରୂପରେ ଲଞ୍ଚ କରିବ ୩ଜିବି ରାମ୍ ,୪ଜିବି ରାମ୍ ଏବଂ ୩୨ଜିବି ଷ୍ଟୋରେଜ ଓ ୬୪ଜିବି ଇଣ୍ଟରନାଲ ମେମୋରୀ ସହ। ରିଲାଏନ୍ସ ଜିଓର ନଜର ବର୍ତ୍ତମାନ ଭାରତର ୫କୋଟି ଫିଚର ଫୋନ୍ ଗ୍ରାହକଙ୍କ ଉପରେ ରହିଛି। ଏଥିପାଇଁ ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ଶସ୍ତା ଜିଓ ସ୍ମାର୍ଟଫୋନ୍ ଲଞ୍ଚ କରି ଏହି ଗ୍ରାହକଙ୍କୁ ଟାରଗେଟ୍ କରିବାକୁ ଉଦ୍ୟମ ଚଳାଇଛି।
Related Posts
୩ ଦିନରେ ୮୩% ଖସିଲା ଆଦାନୀଙ୍କ ଏହି ସେୟାର, ନିବେଶକକଙ୍କୁ ବଡ଼ କ୍ଷତି
3 February 2023
ଆବୁଧାବୀ IHCଙ୍କ FPOନିବେଶ ଫେରସ୍ତ କଲେ ଆଦାନୀ ଏଣ୍ଟରପ୍ରାଇଜର୍ସ
2 February 2023
ପୁଣି ୧ ହଜାର କର୍ମଚାରୀଙ୍କ ଛଟେଇ କଲା ବାଇଜୁସ, କମ୍ପାନୀ କହିଲା ଏହି କାରଣ…
2 February 2023