ପୁଣି ଜିଓର ବଡ ଘୋଷଣା, ଏହି ୟୁଜର ଦେବେ ନାହିଁ ଏବେ କଲ ପାଇଁ ପଇସା
11/10/2019 at 2:58 PM

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କଠୁ ନନ୍ଜିଓ କଲିଂ ପାଇଁ ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଏହା କେବେଠୁ ଲାଗୁ ହେବ ତାହା ନେଇ ଲୋକେ ଦ୍ବନ୍ଦ୍ବରେ ଥିଲେ। ଏବେ ରିଲାଏନ୍ସ ଜିଓର ଏମିତି ଏକ ମନ୍ତବ୍ୟ ଆସିଛି ଯାହା ଜାଣିବା ପରେ ଲୋକଙ୍କୁ ଏହି ପ୍ରଶ୍ନର ଜବାବ ମିଳିଯାଇଛି। ରିଲାଏନ୍ସ ଜିଓ କହିବା ଅନୁସାରେ ଯେଉଁ ଗ୍ରାହକମାନେ ଅକ୍ଟୋବର ମାସ ୯ ତାରିଖ ପୂର୍ବରୁ ନିଜ ନମ୍ବର ରିଚାର୍ଜ କରିଥିବେ ସେମାନେ ଏବେ ନନ୍ ଜିଓ ନମ୍ବରକୁ ଫ୍ରି କଲିଂ କରିପାରିବେ। କିନ୍ତୁ ଏହି ପ୍ଲାନ ସରିବା ପରେ ନନ୍ ଜିଓ କଲିଂ ପାଇଁ ଦେୟ ଦେବାକୁ ହେବ।

ରିଲାଏନ୍ସ ଜିଓ ଟୁଇଟ କରିଛି ଯେ, କମ୍ପାନୀ ଅନୁସାରେ ୯ ଅକ୍ଟୋବର ପୂର୍ବରୁ ରିଚାର୍ଜ କରାଇଥିବା ଗ୍ରାହକ ପ୍ଲାନ ଏକ୍ସପାୟର ନହେଲା ଯାଏଁ ନନ୍ ଜିଓ ନମ୍ବରରେ ଫ୍ରି କଲିଂ କରିପାରିବେ।ଜିଓର ଏହି ଫେମସ ପ୍ଲାନର ବୈଧତା ୮୪ ଦିନରେ ସରେ। ହେଲେ କିଛି ପ୍ଲାନର ବୈଧତା ଗୋଟେ ବର୍ଷର ଥାଏ।ତେଣୁ ଯଦି ଗ୍ରାହକ ୩୯୯ ଟଙ୍କାର ପ୍ଲାନ ରିଚାର୍ଜ କରାଇଛନ୍ତି ତାହେଲେ ୮୪ ଦିନ ଯାଏଁ ନନ୍ ଜିଓ ନମ୍ବରକୁ ଫ୍ରି କଲିଂ ସୁବିଧା ରହିବ। ହେଲେ ଗୋଟେ ବର୍ଷିକିଆ ପ୍ଲାନରେ କୌଣସି ନିଶ୍ଚିନ୍ତ ସୂଚନା ଦିଆଯାଇନାହିଁ।

ଜିଓ ରିଲାଏନ୍ସ ଏବେ ନିଜ ୱେବସାଇଟ୍ରେ ସବୁ ପ୍ଲାନ ଅପଡେଟ୍ କରିଛି। ଏବେ ରିଲାଏନ୍ସ ଜିଓ ପ୍ଲାନ ସହ No IUC Voice Plan ଯୋଡା ଯାଇଛି।ଚଳିତ ମାସ ୯ ତାରିଖରେ ଜିଓ ଘୋଷଣା କରିଛି ଯେ, ଏବେ ଜିଓ ଗ୍ରାହକ ଅନ୍ୟ ଅପେରେଟରଙ୍କୁ କଲ୍ କଲେ, କଲ୍ ପିଚ୍ଛା ମିନିଟକୁ ୬ ପଇସା ଦେୟ ଦେବାକୁ ହେବ।

କେବଳ ଜିଓ ନମ୍ବରୁ ଜିଓ ନେଟୱାର୍କ ଓ ଲ୍ୟାଣ୍ଡଲାଇନ୍କୁ ଫ୍ରି କଲିଂର ସୁବିଧା ରହିବ।ଜିଓ ଅନୁସାରେ ଟଙ୍କା ବଦଳରେ ଗ୍ରାହକଙ୍କୁ ଫ୍ରି ଡାଟା ଦିଆଯିବ। ରିଲାଏନ୍ସ ଜିଓ ଚାହେଁ ଯେ, TRAI IUC ଚାର୍ଜକୁ ୬ ପଇସାରୁ ହ୍ରାସ କରି ଶୂନ୍ୟ କରୁ। ଏମିତି ହେଲେ ରିଲାଏନ୍ସ ଜିଓ ମଧ୍ୟ ନନ୍ ଜିଓ କଲିଂ ଫ୍ରି କରିଦେବ।