ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଜିଓର ୧୪୯ଟଙ୍କାରେ ମିଳିବ ଅସୀମିତ ଡାଟା : ଦୀର୍ଘ ଦିନର ବୈଧତା ସହ ମାର୍କେଟରେ ସୃଷ୍ଟି କଲା ହଇଚଇ

26/05/2019 at 4:19 PM

ନୂଆଦିଲ୍ଲୀ ୨୬/୫: ଯେଉଁଦିନଠୁ ଜିଓ ମାର୍କେଟକୁ ଆସିଛି ଲୋକେ ବହୁତ ବଦଳିଗଲେଣି। ପୂର୍ବେ ୧ଜିବି ଡାଟା ପୂରା ମାସରେ ବ୍ୟବହାର କରାଯାଉଥିବାବେଳେ ଏବେ ପ୍ରତିଦିନ ୧.୫ଜିବି ଡାଟାରୁ ୨ଜିବି ବ୍ୟବହାର କରାଯାଉଛି। ଜିଓର ଇଣ୍ଟରନେଟ୍ ସ୍ଲୋ ହୋଇଯିବା ସମସ୍ୟାର ମଧ୍ୟ ଏବେ ସମାଧାନ ହୋଇଯାଇଛି। କାରଣ ଜିଓ ସର୍ବପ୍ରଥମେ ୪ଜି ଇଣ୍ଟରନେଟ୍ ଶସ୍ତା ମୂଲ୍ୟରେ ବଜାରରେ ଉପଲବ୍ଧ କରାଇଥିଲା।

ଏବେ ବାକି କମ୍ପାନୀଗୁଡ଼ିକ ମଧ୍ୟ ଏହି ଦୈାଡ଼ରେ ସାମିଲ ହୋଇଗଲେଣି କିନ୍ତୁ ଜିଓକୁ ସମ୍ପୂର୍ଣ୍ଣଭାବେ ଟକ୍କର ଦେଇପାରୁନାହିଁ। ଜିଓ କମ୍ପାନୀ ଟେଲିକମ୍ ମାର୍କେଟରେ ୧୪୯ଟଙ୍କାର ଦମଦାର ଅଫର ଆରମ୍ଭ କରିଛି ଯାହା ଦ୍ବାରା ଟେଲିକମ୍ ମାର୍କେଟରେ ହିଚଇ ସୃଷ୍ଟି ହୋଇଛି। ଏଥିରେ ଦୀର୍ଘ ଦିନର ବୈଧତା ଥିବା ସହ ଅସୀମିତ ଡାଟା ଉପଲବ୍ଧ କରାଯାଇଛି।

ଜିଓର ୧୪୯ଟଙ୍କାର ଅଫର ଗ୍ରାହକଙ୍କୁ ୨୮ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ଉପଲବ୍ଧ କରୁଛି। ସବୁ ମିଶାଇ ଗ୍ରାହକଙ୍କୁ ୪୨ଜିବି ଡାଟା ଦିଆଯାଉଛି।

ଖୁସିର କଥା ହେଉଛି ଏହା ଯେ ଏହି ଅଫର​ରେ ପ୍ରତିଦିନ ୪ଜି ସ୍ପିଡ ଡାଟା ଲିମିଟ ସରିବା ପରେ ମଧ୍ୟ ୬୪କେବିପିଏସର ସ୍ପିଡରେ ଅନଲିମିଟେଡ ଡାଟାର ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ଏହି ଅଫରରେ ଜିଓ ଗ୍ରାହକଙ୍କୁ ଏସଏମଏସ ତଥା ରୋମିଙ୍ଗର ସୁବିଧା ବିଲକୁଲ ମାଗଣାରେ ଉପଲବ୍ଧ କରାଯାଉଛି।

   Related Posts