ଜାନୁୟାରୀ ୨୬ ପାଇଁ ଜିଓ ଦେଲା ବଡ ଅଫର : ବର୍ଷେ ଯାଏଁ ରିଚାର୍ଜ ଦରକାର ନାହିଁ

Published By : Prameya-News7 Bureau | January 13, 2019 IST

ନୂଆଦିଲ୍ଲୀ ୧୩/୧: ଜିଓ କିଛି ଦିନ ମଧ୍ୟରେ ଟେଲିକମ୍ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ଏହି ଚକ୍କରରେ ବହୁତ ଗୁଡ଼ିଏ କମ୍ପାନୀର ଛୁଟି ହୋଇଗଲାଣି। ଆରମ୍ଭରୁ ହିଁ ଜିଓ ଶସ୍ତା ଅଫର ପ୍ରଦାନ କରୁଛି। ଜିଓ ଟେଲିକମ୍ କ୍ଷେତ୍ରରେ ଗ୍ରାହକଙ୍କୁ ଏକ ନୂଆ ଦିଗରେ ପହଞ୍ଚାଇଛି। ଜିଓ ଆସିବା ପରେ ହିଁ ଲୋକମାନଙ୍କ ପାଇଁ ଟେଲକମ କ୍ଷେତ୍ରରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି। ପୂର୍ବରୁ ମୋବାଇଲ ଡାଟା ବହୁତ ମହଙ୍ଗା ହେଉଥିଲା କିନ୍ତୁ ଏବେ ଏପରି ହେଉନାହିଁ। ଏବେ ଜିଓ ନୂଆ ଅଫର ନେଇ ଆସିଛି। ଏହି ଅଫରରେ ଯଦି ଆପଣ ୩୦୦ଟଙ୍କା କିମ୍ବା ଅଧିକ ଟଙ୍କା ରିଚାର୍ଜ କରନ୍ତି ତେବେ ଆପଣଙ୍କୁ ୧୦୦ପ୍ରତିଶତ କ୍ୟାସବ୍ୟାକ୍ ମିଳିବ।

wp:gallery {"ids":[73456]} /wp:gallery

ଜିଓ ବର୍ଷେ ପାଇଁ ମଧ୍ୟ ଏକ ନୂଆ ପ୍ଲାନ୍ ଲଞ୍ଚ କରିଛି ଯେଉଁଥିରେ ଗ୍ରାହକଙ୍କୁ ପୂର୍ବଠାରୁ ଅଧିକ ଫାଇଦା ମିଳିବ। ଏହି ରିଚାର୍ଜ ଗ୍ରାହକଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଜାରି କରାଯାଇଛି। ଏହି ରିଚାର୍ଜ କଲେ ଗ୍ରାହକଙ୍କୁ ଦୀର୍ଘ ଦିନ ଯାଏଁ ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଜିଓର ଏହି ରିଚାର୍ଜର ବୈଧତା ୩୬୫ଦିନ। ଏହି ପ୍ୟାକ୍ ଜରିଆରେ ଗ୍ରାହକଙ୍କୁ ଅସୀମିତ ଭଏସ୍ କଲ୍ ଦିଆଯିବ। ଏଥିରେ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଏହି ପ୍ଳାନର ମୂଲ୍ୟ ୧୬୯୯ଟଙ୍କା। ଏହା ସ୍ବତନ୍ତ୍ରତା ଦିବସ ପାଇଁ ଗ୍ରାହକଙ୍କ ପାଇଁ ଏକ ବଡ଼ ଉପହାର।

wp:gallery {"ids":[73458]} /wp:gallery

ଯେଉଁ ଗ୍ରାହକମାନେ ଦୀର୍ଘ ଦିନ ଯାଏଁ ରିଚାର୍ଜ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ । ଦ୍ବିତୀୟରେ ଯଦି ଆପଣ ଜିଓ ଆପରୁ ନିଜ ଜିଓ ନମ୍ବରରେ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ମିଳିବ। କିନ୍ତୁ ଆପଣଙ୍କୁ ଏଥିପାଇଁ ୩୦୦ଟଙ୍କା କିମ୍ବା ୩୦୦ଟଙ୍କାରୁ ଅଧିକ ରିଚାର୍ଜ କରିବାକୁ ପଡ଼ିବ।

wp:gallery {"ids":[73459]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.