ଜିଓ ଆଣିଲା ‘ହାପି ନ୍ୟୁ ଇୟର୍‌ ଅଫର୍‌’

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ,୨୫/୧୨: ରିଲାଏନ୍ସ ଜିଓ ପକ୍ଷରୁ ‘୨୦୨୦ ହାପି ନ୍ୟୁ ଇୟର୍‌ ଅଫର୍‌’ ଘୋଷଣା କରାଯାଇଛି । ଏଥିରେ କମ୍ପାନି ସ୍ୱତନ୍ତ୍ର ଅସୀମିତ ପ୍ଲାନ୍‌ ଆଣିଛି । ଉଭୟ ସ୍ମାର୍ଟଫୋନ୍‌ ଏବଂ ଜିଓ ଫୋନ୍‌ ଗ୍ରାହକଙ୍କ ନିମନ୍ତେ ଏହି ଅଫର କାର୍ଯ୍ୟକାରୀ ହେବ । ଏହି ନୂଆ ସ୍କିମ୍‌ରେ ରିଲାଏନ୍ସ ଜିଓ ବର୍ଷକ ପାଇଁ ‘ଅସୀମିତ’ ସେବା ଯୋଗାଇଦେବ ।

{"id":195672,"sizeSlug":"large"}

ଏଥିପାଇଁ ଗ୍ରାହକଙ୍କୁ ୨,୦୨୦ ଟଙ୍କା ଦେବାକୁ ହେବ । ମଙ୍ଗଳବାରଠାରୁ ଏହା ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ ହୋଇଛି । ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ଏହି ଅଫର ଆପଣାଇଲେ ସେମାନଙ୍କୁ ଅସୀମିତ ଭଏସ୍‌ କଲ୍‌ ସୁବିଧା ସହ ଦିନକୁ ୧.୫ଜିବି ଡାଟା ମିଳିବ । ଏସ୍‌ଏମ୍‌ଏସ୍‌ ଓ ଜିଓ ଆପ୍‌ ମଧ୍ୟ ମିଳିବ ।

{"id":202346,"width":575,"height":352,"sizeSlug":"large"}

ଏହି ସ୍କିମ୍‌ର ବୈଧତା ୩୬୫ ଦିନ ରହିଛି । ଅନ୍ୟପକ୍ଷରେ ୨,୦୨୦ ଟଙ୍କା ଦେଇ ଉପଭୋକ୍ତାମାନେ ଏକ ନୂଆ ଜିଓ ଫୋନ୍‌ ଏବଂ ୧୨ ମାସର ସେବା ଆପଣାଇ ପାରିବେ । ଏହି ସ୍କିମ୍‌ରେ ଉପଭୋକ୍ତା ଅସୀମିତ ଭଏସ୍‌ କଲ୍‌, ଦିନକୁ ୦.୫ଜିବି ଡାଟା, ଏସ୍‌ଏମ୍‌ଏସ୍‌ ଏବଂ ଜିଓ ଆପ୍‌ ପାଇବେ । ଜିଓ ଫୋନ୍‌ ଉପଭୋକ୍ତାଙ୍କ ନିମନ୍ତେ ଏହି ସ୍କିମ୍‌ର ବୈଧତା ୧୨ ମାସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.