ଜିଓ ଗ୍ରାହକଙ୍କୁ ଦେଉଛି ୩୦ ମିନିଟ୍‌ର ଫ୍ରି ଟକ୍‌ଟାଇମ୍

Published By : Prameya-News7 Bureau | October 16, 2019 IST

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ୩୦ ମିନିଟ୍‌ର ଫ୍ରି ଟକ୍‌ଟାଇମ୍‌ ଦେବାର ଘୋଷଣା କରିଛି। ଏହା ନନ୍‌ଜିଓ କଲିଂ ପାଇଁ ରହିବ। କମ୍ପାନୀ ଏବେ କିଛି ଦିନ ପୂର୍ବରୁ ନନ୍‌ ଜିଓ କଲ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେବାର ଘୋଷଣା କରିଥିଲା ଏଥିପାଇଁ ଏଭଳି ଅଫର କିଛି ସମୟ ଯାଏଁ ଦିଆଯିବ।

ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓର ଏହି ନିଷ୍ପତ୍ତି ପରେ ଗ୍ରାହକ ଜିଓ ରୁ ସବୁ ନେଟୱାର୍କକୁ କଲ ଫ୍ରି କରିବା ପାଇଁ ଅନ୍‌ଲାଇନ୍‌ ପିଟିସନ ଫାଇଲ କରୁଛନ୍ତି। ତେବେ ଏହାକୁ ନଜରରେ ରଖି କମ୍ପାନୀ ଗ୍ରାହକଙ୍କ ପାଇଁ ଏହି ୩୦ ମିନିଟ୍‌ ଫ୍ରି ଟକ୍‌ଟାଇମ୍‌ ଦେବାର ନିଷ୍ପତ୍ତି ନେଇଛି। ଏହି ଟକ୍‌ଟାଇମ୍‌ର ସୁବିଧା ରିଚାର୍ଜ କଲା ପରେ ଗ୍ରାହକଙ୍କୁ ମିଳିବ।

ନନ୍‌ଜିଓ କଲରେ ଟଙ୍କା କଟିବା ନେଇ ଜିଓ ଅନେକ ପ୍ୟାକ୍‌ ଜାରି କରିଛି। ପ୍ରତ୍ୟେକ ଜିଓ ଗ୍ରାହକଙ୍କୁ ମେସେଜ ଦ୍ବାରା ନଟିଫିକେଶନ ଦିଆଯାଉଛି। ରିଲାଏନ୍ସ ଜିଓ ଅନୁସାରେ ଏହି ୩୦ ମିନିଟ୍‌ ଫ୍ରି ଟକଟାଇମ୍‌ ସେହି ଗ୍ରାହକଙ୍କୁ ମିଳିବ ଯିଏ ଘୋଷଣା ହେବାର ୭ ଦିନ ମଧ୍ୟରେ ରିଚାର୍ଜ କରାଇବାକୁ ହେବ।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.