ଜିଓ ନିଜ ଗ୍ରାହକଙ୍କୁ ଦେଲା ଜବରଦସ୍ତ ଉପହାର, ବିନା ସିମ୍‌ରେ ବି କରିପାରିବେ କଲ୍

Published By : Prameya-News7 Bureau | June 28, 2019 IST

ଭାରତରେ ଏକମାତ୍ର ଉନ୍ନତ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ବେଶ ପ୍ରଗତି କରୁଛି। ଭାରତରେ ଲକ୍ଷ ଲକ୍ଷ ଜିଓ ୟୁଜର୍ସ ଅଛନ୍ତି। ଜିଓ 4 ଜି ଭଏସ୍‌ କଲ୍‌ ଆପ୍‌ ଏବେ ଜିଓ କଲ୍‌ କରିଦିଆଯାଇଛି। ଜିଓ ଏହି ଆପ୍‌ ଅପଡେଟ୍‌ କରି ଫିକ୍ସଡ୍‌ଲାଇନ୍‌ କନେକ୍ସନକୁ ସ୍ମାର୍ଟ କରିବା ପାଇଁ କାମ ଆରମ୍ଭ କରିସାରିଛି। ଏହା ଦ୍ବାରା ୟୁଜର୍ସ ଭିଡିଓ ଓ ଭଏସ କଲ୍‌ ନିଜ ସ୍ମାର୍ଟ ଫୋନ୍‌ରୁ କରିପାରିବେ।

ଯେଉଁ ଫିଚର୍‌ ଜିଓ 4 ଜି ଭଏସ୍‌ କଲ୍‌ ଆପ୍‌ରେ ଥିଲା ସେହି ସବୁ ଫିଚର୍‌  ଜିଓ କଲ୍‌ ଆପ୍‌ରେ ମଧ୍ୟ ଅଛି। ଉପଭୋକ୍ତା ଏହି ଆପ୍‌କୁ କନ୍‌ଫିଗର କରିବା ପାଇଁ ନିଜ ୧୦ ଡିଜିଟ୍‌ର ଜିଓ ଗିଗାଫାଇବର ଫିକ୍ସଲାଇନ୍‌ ନମ୍ବର ଦେବାକୁ ପଡିବ।  ଏହା ସହ ଜିଓ କଲ ଆପ୍‌ ବ୍ୟବହାର କରି  ଫିକ୍ସଲାଇନ୍‌ ନମ୍ବରରୁ ସ୍ମାର୍ଟଫୋନ୍‌ ମାଧ୍ୟମରେ କଲ କରିପାରିବେ।

ଗୁଗୁଲ ପ୍ଲେ ଷ୍ଟୋର ଅନୁସାରେ ୟୁଜର୍ସ ଏହି ଆପ୍‌ର ବ୍ୟବହାର କରିବା ପାଇଁ ଅନ୍ୟ ସିମ୍‌ ଦରକାର ହେବ ନାହିଁ। ଫିକ୍ସଲାଇନ୍ କନେକ୍ସନର ବ୍ୟବହାର ଦ୍ବାରା ଜିଓ କଲ୍‌ ମାଧ୍ୟମରେ କଲ ମଧ୍ୟ କରିପାରିବେ। ଏହା ବ୍ୟତୀତ ଜିଓ କଲ୍‌ ଆପ୍‌ ୟୁଜର୍ସଙ୍କୁ  ଜିଓ 4 ଜି ଭଏସ୍‌ କଲ୍‌ ଆପ୍‌ର ସବୁ ଫିଚର ମିଳିବ। ଏଥିରେ ୟୁଜର୍ସ ଏଚ୍‌ଡି କଲିଂ, ଭୋଲ୍‌ଟି  ଫିଚର୍‌ର ବ୍ୟବହାର କରିପାରିବେ।

ଜିଓଫାଇ ଡିଭାଇସ୍‌ ସାହାଯ୍ୟରେ ଏହି ଆପ୍‌ ମାଧ୍ୟମରେ ନନ୍‌ ଭୋଲ୍‌ଟି ସ୍ମାର୍ଟଫୋନ୍‌ରେ କଲ୍‌ କରାଯାଇପାରିବ। ଜିଓ କମ୍ୟୁନିକେଶନ ଆପ୍‌ରେ ରିଚ୍‌ ସର୍ଭିସ ମଧ୍ୟ ମିଳେ। ଏଥିରେ ୟୁଜର୍ସଙ୍କୁ ରିଚ୍‌ କଲ, ଚ୍ୟାଟ୍‌, ଗ୍ରୁପ ଚ୍ୟାଟ୍‌, ଫାଇଲ ଟ୍ରାନ୍ସଫର, ଲୋକେଶନ ସେୟାର, ଷ୍ଟିକର୍‌ ପଠାଇବା ଭଳି ସୁବିଧା ମଧ୍ୟ ଅଛି। କିନ୍ତୁ କେବଳ ଜିଓ ସିମ୍‌ ଥିଲେ ଏହି ଫିଚରର ବ୍ୟବହାର କରିହେବ।

ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ଯେ, ଜିଓ ଗିଗାଫାଇବର୍‌ର ସେବା କେବେ ଲଞ୍ଚ ହେବ। ଜିଓ କଲ୍‌ ଆପ୍‌ ଗୁଗୁଲ ପ୍ଲେରୁ ଡାଉନଲୋଡ କରିହେବ।  ଆଇଫୋନ୍‌ ବ୍ୟବହାର କରୁଥିବା ଲୋକଙ୍କୁ ଏହି ଫିଚର ପାଇଁ ଅପେକ୍ଷା କରିବାକୁ ହେବ ।  ଏହାକୁ ମୋବାଇଲ ଡାଟା ସହ କନେକ୍ଟ କରି କଲ୍‌ କରିପାରିବେ କାରଣ ଏଥିପାଇଁ ଇଣ୍ଟରନେଟ୍‌ କନେକ୍ସନ ରହିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.