ନୂଆଦିଲ୍ଲୀ: ଲିଜିଂ ବିଜ୍ନେସ୍ ବା ଭଡ଼ାରେ ଜିନିଷ ଦେବାର ବ୍ୟବସାୟ ଆରମ୍ଭ କରିବ ଜିଓ ଫାଇନାନ୍ସିଆଲ୍ ସର୍ଭିସେଜ୍। ଏଥିପାଇଁ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ରିଲାଏନ୍ସ ରିଟେଲ୍ ପାଖରୁ ୩୬ ହଜାର କୋଟି ଟଙ୍କାର ଡିଭାଇସ୍ କିଣିବାକୁ ଶେୟାରହୋଲ୍ଡରଙ୍କ ଠାରୁ ଅନୁମତି ମାଗିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। ପ୍ରସ୍ତାବିତ ଚୁକ୍ତି ଅନୁଯାୟୀ, ଜିଓ ଲିଜିଂ ସର୍ଭିସେସ୍ ନାମକ JFS ୟୁନିଟ୍ ଟେଲିକମ୍ ଉପକରଣ ଏବଂ ଅନ୍ୟାନ୍ୟ ଉପକରଣ କିଣିବ, ଯେଉଁଥିରେ ସାଧାରଣତଃ ରାଉଟର ଏବଂ ମୋବାଇଲ୍ ଫୋନ୍ ଅନ୍ତର୍ଭୁକ୍ତ। ତେବେ ପ୍ରକୃତରେ କେଉଁ ପ୍ରଡକ୍ଟ କିଣାଯିବ ସେ ନେଇ କମ୍ପାନୀ ସ୍ପଷ୍ଟ ସୂଚନା ଦେଇ ନାହିଁ।
ଜିଓ ଲିଜିଂ ସର୍ଭିସେସ୍ରେ କିଣା ଯାଇଥିବା ଉପକରଣଗୁଡ଼ିକୁ ରିଲାଏନ୍ସ ଜିଓ ଇନଫୋକମ୍ ଗ୍ରାହକଙ୍କୁ ଲିଜ୍ ଦେବ। ଏହି ବ୍ୟବସାୟ କରି ଜିଓ ଲିଜିଂ ସର୍ଭିସେସ୍ ଡିଭାଇସ୍ ଭଡ଼ା କମ୍ପାନୀ ବଜାରରେ ହେୱଲେଟ୍ ପ୍ୟାକର୍ଡ ଏବଂ ଲେନୋଭୋ ଭଳି କମ୍ପାନୀକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି। ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ଚୁକ୍ତି ଉପରେ ମତଦାନ ଜୁନ୍ ୨୨ରେ ଶେଷ ହେବ। ଏବଂ ୨୦୨୫ ଏବଂ ୨୦୨୬ ଆର୍ଥିକ ବର୍ଷରେ ପୂରା ଚୁକ୍ତି ଶେଷ ହୋଇପାରେ।
ବିଧାନସଭା ଘେରିବ କଂଗ୍ରେସ, ଆନ୍ଦୋଳନ ରୋକିବାକୁ ୮୦...
