୨ ଲକ୍ଷ କୋଟି ଟପିଲା JIO ଫାଇନାନ୍ସିଆଲ ସର୍ଭିସେସ୍‌ର ବଜାର ମୂଲ୍ୟ, ରେକର୍ଡ ଛୁଇଁଲା ରିଲାଏନ୍ସ ଶେୟାର

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ୨ ଲକ୍ଷ କୋଟି ଟପିଲା ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡର ବଜାର ମୂଲ୍ୟ । ଶୁକ୍ରବାର କାରବାର ସମୟରେ କମ୍ପାନିର ମାର୍କେଟ କ୍ୟାପ୍‌ ୧୭ ପ୍ରତିଶତ ବଢ଼ି ୨.୦୮ ଲକ୍ଷ କୋଟି ପହଞ୍ଚିଥିଲା । ସେହିଭଳି ପ୍ୟାରେଣ୍ଟ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାରର ମଧ୍ୟ ଫେବ୍ରୁଆରୀ ରେକର୍ଡ ବୃଦ୍ଧି ହୋଇଛି। ସୂଚନାଥାଉକି, ୨୦୨୪ରେ ଏପର୍ଯ୍ୟନ୍ତ କମ୍ପାନି ଶେୟାରରେ ୩୫ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।

ତେ​‌ବେ ଶୁକ୍ରବାର କାରବାର ଶେଷ ବେଳକୁ ଜିଓ ଫାଇନାନ୍ସସିଆଲ ସର୍ଭିସେସ୍‌ର ଶେୟାର ମୂଲ୍ୟ ୩୩୫ ପଏଣ୍ଟରେ ବନ୍ଦ ହୋଇଛି। ଏଯର୍ଯ୍ୟନ୍ତ ଶେୟାର ବଜାରରେ ୩୯ କମ୍ପାନି ଏଭଳି ରହିଛନ୍ତି ଯେଉଁମାନଙ୍କର ଦୁଇ ଲକ୍ଷ କୋଟିରୁ ଅଧିକ ମାର୍କେଟ କ୍ୟାପ୍‌ ସହ କାରବାର କରୁଛନ୍ତି । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୨୦.୦୫ ଲକ୍ଷ କୋଟି ମାର୍କେଟ କ୍ୟାପ୍ ସହ ସବୁଠୁ ବଡ଼ କମ୍ପାନି ରହିଛି। ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବଜାର ମୂଲ୍ୟ ହିସାବରେ ସବୁଠୁ ମୂଲ୍ୟବାନ କମ୍ପାନି ଭାବରେ ରହିଛି। ଏହା ପରେ ଦ୍ବିତୀୟ ସ୍ଥାନରେ ଟାଟା କନ୍ସଲଟେନ୍ସୀ, ଏହା ପରେ ଏଚ୍‌ଡିଏଫ୍‌ସି ରହିଛନ୍ତି। ଡିସେମ୍ବର ତ୍ରୈମାସିକରେ ଆୟରେ ଜିଓ ଫାଇନାନ୍ସିଆଲ ସର୍ଭିସେସ ୨୯୩ କୋଟି ଟଙ୍କାର ଶୁଦ୍ଧ ଲାଭ କରିଥିଲା।

ଆହୁରି ପଢ଼ନ୍ତୁ: ବଢ଼ିଲା ବାଇଜୁସ୍‌ର ଅଡ଼ୁଆ, କମ୍ପାନି ବିରୋଧରେ NCLTରେ ମାମଲା ରୁଜୁ କଲେ ଚାରି ନିବେଶକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.