ମାତ୍ର ୩୯୯ ଟଙ୍କାରେ ମିଳିବ ଜିଓ ଫାଇବରର ଫାଇଦା, ୩୦ ଦିନ ପାଇଁ ଫ୍ରି ଟ୍ରାଏଲ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ ୩୧/୦୮ : ରିଲାଏନ୍ସ ଜିଓ ନିଜର ଜିଓ ଫାଇବର (JioFiber ) ତାରିଫ ପ୍ଲାନକୁ ନୂଆ ରୂପ ଦେଇଛି | ନୂଆ ତାରିଫ ପ୍ଲାନ ଏମିତି ସମୟରେ ପେଶ କରାଯାଇଛି ଯେତେବେଳେ ଭଲ ଓ ବିଶ୍ଵସ୍ଥ ଇଣ୍ଟରନେଟ କଣେକ୍ଟିଭିଟି ସବୁଠାରୁ ଅଧିକ ଆବଶ୍ୟକ | ଜିଓ ଗ୍ରାହକଙ୍କ ପାଇଁ ଖୁସିଖବର ଆଣିଛି | ବର୍ତ୍ତମାନ ଜିଓ ଫାଇବର ପ୍ଲାନରେ ୩୯୯ ଟଙ୍କାରେ ଆରମ୍ଭ ହେବ | ଏହାସହ ବର୍ତ୍ତମାନ ଜିଓରେ ଫାଇବର ପାଇଁ ୩୦ ଦିନର ଫ୍ରି ଟ୍ରାଏଲ ମଧ୍ୟ ଦିଆଯିବ | କମ୍ପାନୀ ଏହାକୁ NAYE INDIA KA NAYA JOSH ନାଁ ଦେଇଛି |

ଯିଏ ଫାଇବର ପ୍ଲାନରେ ଅନେକ ଫାଇଦା ରହିଛି | ଏଥିରେ ଅନଲିମିଟେଡ଼ ଇଣ୍ଟରନେଟ ସୁବିଧା ରହିଛି | ସିମେଟ୍ରିକ ସ୍ପିଡ଼ ରହିଛି | ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ମାସକୁ ୩୯୯ ଟଙ୍କା |୧୨ ପେଡ ଓଟିଟି ଆପ୍ର ସବସ୍କ୍ରିପସନ ସେ ବି ବିନା ଚାର୍ଜର | 

ଜିଓ ଫାଇବର ପାଇଁ ୩୦ ଦିନର ଫ୍ରି ଟ୍ରାଏଲ ଦେବାକୁ ଘୋଷଣା କରିଛି | ଗ୍ରାହକଙ୍କୁ 150Mbps ସ୍ପିଡ଼ ଦିଆଯିବ | ଏହାସହ ଏହାର 4K Set Top Box ରେ ଟପ ୧୦ ପେଡ ଓଟିଟି ଆପର ଏକସେସ ଦିଆଯାଇଛି, ଯେଉଁଥିପାଇଁ ୟୁଜର୍ସଙ୍କ ଠାରୁ କୌଣସି ଏକ୍ସଟ୍ରା ଚାର୍ଜ ନିଆଯିବ ନାହିଁ | ଏଥିରେ ଫ୍ରି ଭଏସ କଲିଂ ସୁବିଧା ମଧ୍ୟ ଅଛି | ୩୦ ଦିନର ଫ୍ରି ଟ୍ରାଏଲ ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଲାଗୁ ହୋଇଛି | ଏହା ସେପ୍ଟେମ୍ବର ୧ ତାରିଖରୁ ଆକ୍ଟିଭେଟ କରିପାରିବେ | ଏହାସହ ପୁରୁଣା ଗ୍ରାହକ ଜିଓ ଫାଇବର ନୂଆ ତାରିଫ ପ୍ଲାନରେ ନିଜ ପ୍ଲାନ ଅପଗ୍ରେଡ଼ କରିପାରିବେ |

ଜିଓ ଫାଇବର ପ୍ଲାନ ମାସକୁ ୩୯୯ ଟଙ୍କାରୁ ଆରମ୍ଭ ହୋଇ ୧୪୯୯ ଟଙ୍କା ଯାଏଁ ଅଛି | ୩୯୯ ପ୍ଲାନରେ ୩୦ ଏମବିପିଏସ ଡାଟା ମିଳିଥାଏ | ୬୦୦ ପ୍ଲାନରେ ୧୦୦ ଏମବିପିଏସ ଡାଟା, ୯୯୯ ପ୍ଲାନରେ ୧୫୦ ଏମବିପିଏସ ଓ ୧୪୯୯ ପ୍ଲାନରେ ୩୦୦ ଏମବିପିଏସ ଡାଟା ସ୍ପିଡ଼ ଦିଆଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.