ସାବଧାନ! ଖୋଲନ୍ତୁ ନାହିଁ ଜିଓ ସମ୍ପର୍କିତ ଏହି ମେସେଜ, ହୋଇପାରେ ଫୋନ ହ୍ୟାକ୍

Published By : Prameya-News7 Bureau | April 11, 2019 IST

wp:heading {"level":5}
ଜିଓ ନିଜ ଗ୍ରାହକଙ୍କୁ ଅନେକ ସୁବିଧା ଦେଇଛି। ଫ୍ରି ଡାଟା ଓ ଫ୍ରି କଲିଂ ମାମଲାରେ ଜିଓ ଏକ ନମ୍ୱର। କିନ୍ତୁ କିଛି ଦିନ ଧରି ଜିଓକୁ ନେଇ ଏକ ସମସ୍ୟା ସୃଷ୍ଟି ହୋଇଛି। ଜିଓ ନାଁରେ ଲୋକଙ୍କୁ ମେସେଜ ଫରୱାଡ କରାଯାଉଛି। ଏହି ମେସେଜରେ ସୂଚନା ଦିଆଯାଉଛି ଯେ, ୩ ମାସ ଯାଏଁ ଜିଓ ପ୍ରତିଦିନ ୨୫ଜିବି ଡାଟା ଫ୍ରିରେ ଦେବ। ଜିଓ ଟିମ୍‌ର ଜଣେ ସଦସ୍ୟଙ୍କ ପାଖକୁ ଏହି ମେସେଜ ଆସିଥିଲା। ଏହି ମେସେଜରେ ଲେଖାଯାଇଥିଲା, “ବ୍ରେକିଂ ନ୍ୟୁଜ!! ରିଲାଏନ୍ସ ଜିଓ ତିନି ମାସ ଯାଏଁ ପ୍ରତିଦିନ ଫ୍ରିରେ ୨୫ଜିବି ଡାଟା ଗ୍ରାହକଙ୍କୁ ଦବ।”
/wp:heading {"id":102415,"width":629,"height":419}
wp:heading {"level":5}
ଏହି ଅଫରକୁ ଏକ୍‌ଟିଭେଟ କରିବା ପାଇଁ ତୁରନ୍ତ ଏହି ଆପ ଡାଉନଲୋଡ କରି ରେଜିଷ୍ଟର କରନ୍ତୁ। ଏହା ସହ ଲିଙ୍କ ମଧ୍ୟ ମେସେଜରେ ଆସୁଛି। ତେବେ ଏହି ଲିଙ୍କ ଯଦି ଡାଉଲୋଡ କରିବେ ତାହେଲେ ଫୋନର ସୂଚନା ଚୋରି ହେବାର ସମ୍ଭାବନା ଅଛି। ଏହି ବିଷୟରେ ଜିଓ ଅଧିକାରୀଙ୍କ ସହ କଥା ହେବାରୁ ସେ କହିଥିଲେ ଯେ, ଏହା ଫେକ୍‌ ଲିଙ୍କ। କାରଣ ଏମିତି କୌଣସି ଅଫର ବିଗତ ଦିନରେ ଜିଓ ଘୋଷଣା କରିନାହିଁ। ଏମିତି ଆପରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ  ଜିଓ ଅଧିକାରୀ କହିଛନ୍ତି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.