ଓଡ଼ିଶାରେ ଏକ ନମ୍ବର ଜିଓ, ଅଗଷ୍ଟରେ ଯୋଡ଼ିଛି ସର୍ବାଧିକ ନୂଆ ଗ୍ରାହକ: ଟ୍ରାଇ ରିପୋର୍ଟ
17/11/2023 at 4:44 PM

ଭୁବନେଶ୍ୱର: ଓଡ଼ିଶାରେ ଜିଓ ପ୍ରଭାବ। ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ସଂସ୍ଥା ଭାବେ ସ୍ଥିତି ସୁଦୃଢ଼ କଲା ରିଲାଏନ୍ସ ଜିଓ। ୨୦୨୩ ଅଗଷ୍ଟ ମାସରେ ଅନ୍ୟ ଟେଲିକମ୍ କମ୍ପାନୀ ଅପେକ୍ଷା ଜିଓ ଯୋଡ଼ିଛି ସର୍ବାଧିକ ନୂଆ ଗ୍ରାହକ। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଗୁରୁବାର ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ଏଥିସହିତ ଜିଓ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାରେ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଏବଂ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ରାଜ୍ୟରେ ଏକ ନମ୍ବର ହୋଇଛି
ଗୁରୁବାର ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୩ ଅଗଷ୍ଟ ମାସରେ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ଏବଂ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି। ଫଳରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୪୬,୦୦୦ ବୃଦ୍ଧି ସହ ଓଡ଼ିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୬ କୋଟିରୁ ଅଧିକ ହୋଇଛି।
କେବଳ ଓଡ଼ିଶା ନୁହେଁ..ଜାତୀୟ ସ୍ତରରେ ମଧ୍ୟ ଜିଓ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ୨୦୨୩ ଅଗଷ୍ଟରେ ଜିଓ ସର୍ବାଧିକ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ୩୨.୪୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଜିଓ ନେଟୱାର୍କରେ ଯୋଡ଼ି ଦେଇଥିବା ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି। ଫଳରେ ୨୦୨୩ ଅଗଷ୍ଟ ୩୧ ସୁଦ୍ଧା ଦେଶରେ ଜିଓର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪୪.୫୭ କୋଟିରେ ପହଞ୍ଚିଛି। ରିଲାଏନ୍ସ ଜିଓ ମଧ୍ୟ ଅଗଷ୍ଟରେ ସାରାଦେଶରେ ୧.୭୮ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଥିବା ବେଳେ ଦେଶରେ ମୋଟ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧.୦୩ କୋଟିରୁ ଅଧିକ ହୋଇଛି।
ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ସମ୍ପ୍ରସାରଣ କରୁଛି। ଏଥିସହିତ ଓଡ଼ିଶାରେ ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରାଇବାରେ ଜିଓ ପ୍ରଥମ ଟେଲିକମ ଅପରେଟ ହୋଇପାରିଛି।
ସାରା ରାଜ୍ୟରେ ଟ୍ରୁ-୫ଜି ସୁବିଧା ପହଂଚାଇବା ଲାଗି ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ୫ଜି ବିଟିଏସ୍ ମୂତୟନ କରିଛି। ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବିପୁଳ ପରିବର୍ତ୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡିକରେ ଜିଓ ଟ୍ରୁ-୫ଜି ରୂପାନ୍ତରଣ ଯାତ୍ରା ଆରମ୍ଭ କରିଛି।