Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲ୍ସକୁ ଟକ୍କର ଦେବ ‘ପ୍ଲାଟଫର୍ମ’ ! ଇନଷ୍ଟା ଭଳି JIO ଆଣିଲା ସର୍ଟ ଭିଡିଓ ଆପ୍

27/11/2022 at 3:40 PM

ନୂଆଦିଲ୍ଳୀ, ୨୭/୧୧: ଆଜିର ସମୟରେ ସର୍ଟ ଭିଡିଓ ତିଆରି କରିବା ଯୁବପୀଢ଼ିଙ୍କ ଖୁବ୍ ପସନ୍ଦ। ସର୍ଟ ଭିଡିଓ ପାଇଁ ଅନେକ ଆପ୍ ମଧ୍ୟ ରହିଛି। ପ୍ରଥମେ ଟିକ୍‌ଟକ୍ ତା’ପରେ ରିଲ୍ସ ଖୁବ୍ ଲୋକପ୍ରିୟ ହୋଇଛି। ଏହି ସର୍ଟ ଭିଡିଓ ଆପ୍‌ରେ ୟୁଜର୍ସ କୌଣସି ଅଡିଓରେ ନିଜର ଭିଡିଓ କରି ଏହାକୁ ଅପଲୋଡ କରିଥାନ୍ତି।

ଏବେ ଏହାର ଲୋକପ୍ରିୟତାକୁ ଧ୍ୟାନରେ ରଖି ଟେଲିକମ୍ କମ୍ପାନୀ ଜିଓ ମଧ୍ୟ ଏହି କ୍ଷେତ୍ରକୁ ଓହ୍ଳାଇବାକୁ ଯାଉଛି। ଯାହାର ନାମ ରହିଛି ‘ପ୍ଲାଟଫର୍ମ’ ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରୋଲିଙ୍ଗ ଷ୍ଟୋନ୍ସ ଇଣ୍ଡିଆ, କ୍ରିଏଟିଭ୍‌ଲ୍ୟାଣ୍ଡ୍ ଏସିଆ ଏବଂ ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍ ଏକ ସର୍ଟ ଭିଡିଓ ଆପ୍ ‘ପ୍ଲାଟଫର୍ମ’ ଲଞ୍ଚ୍‌ କରିବାକୁ ଯାଉଛନ୍ତି।

‘ପ୍ଲାଟଫର୍ମ’ ଆପ୍‌ରେ କ୍ରିଏଟର୍ସ, ସିଙ୍ଗର, ଆକ୍ଟର, ମ୍ୟୁଜିସିଆନ୍, ଡାନ୍ସର, କମେଡିଆନ, ଫ୍ୟାସନ ଡିଜାଇନର ତଥା ସମସ୍ତଙ୍କୁ ସ୍ଥାନ ମିଳିବ। କମ୍ପାନୀର କହିବା ଅନୁଯାୟୀ, ଜିଓ ପ୍ଲାଟ୍‌ଫର୍ମସ ଲିମିଟେଡ୍‌ର ଟେକ୍ନୋଲୋଜି ଇନଫ୍ରାଷ୍ଟ୍ରକଚର ଏହି ଭିଡିଓ ଆପ୍ ‘ପ୍ଳାଟଫର୍ମ’କୁ ପରିଚାଳିତ କରିବ।

   Related Posts