ଆହୁରି ବ୍ୟାପକ ହେଲା ଜିଓ ଏୟାରଫାଇବର, ଏବେ ଓଡ଼ିଶାର ୨୫୦ରୁ ଅଧିକ ସହରରେ ଉପଲବ୍ଧ

Published By : Prameya-News7 Bureau | February 21, 2024 IST

ଭୁବନେଶ୍ୱର: ଜିଓ ଏୟାରଫାଇବର ଏବେ ଓଡ଼ିଶାର ୨୫୦ରୁ ଅଧିକ ସହର ଏବଂ ନିକଟବର୍ତ୍ତୀ ଶତାଧିକ ଗ୍ରାମଗୁଡ଼ିକରେ ଉପଲବ୍ଧ ହୋଇଛି । ଓଡ଼ିଶାରେ ୨୦୨୩ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ଓ୍ବାୟାରଲେସ ୫ଜି ସେବା ସାରା ଦେଶର ବ୍ୟବହାକାରୀଙ୍କୁ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରୁଛି ।

ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବା ସହ, ଜିଓଏୟାରଫାଇବ‍ର ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସହିତ ସଂଯୁକ୍ତ କରୁଛି। ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‌‌‍ ବ୍ରଡବ୍ୟାଣ୍ଡ୍‌‌‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା ।

ତେବେ ଘରୁ କାର୍ଯ୍ୟ କରୁଥିବା ଆଇଟି ପ୍ରଫେସନାଲଙ୍କ ଠାରୁ ଆରମ୍ଭ କରି ଛୋଟ ବଡ ଉଦ୍ୟୋଗ, ହୋଟେଲ ଓ ରେସ୍ତୋରାଁ, ଡିଜିଟାଲ ଷ୍ଟୁଡିଓ, ଶିକ୍ଷାନୁଷ୍ଠାନ, କ୍ଷୁଦ୍ର ବ୍ୟବସାୟ ଓ ବ୍ୟକ୍ତିଗତ ପରିବାର ପର୍ଯ୍ୟନ୍ତ ଜିଓଏୟାରଫାଇବର ଓଡ଼ିଶାର ୨୫୦ ରୁ ଅଧିକ ଛୋଟ ବଡ଼ ସହରରେ ସର୍ବାଧିକ ପସନ୍ଦ ଓ ଭରସାଯୋଗ୍ୟ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ପାଲଟିଛି ।

ଜିଓଏୟାରଫାଇବର ଟିଭି ଏବଂ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କୁ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବାର ସୁଯୋଗ ପ୍ରଦାନ କରୁଛି । ଏଥିସହିତ ଜିଓଏୟାରଫାଇବର ବିନା କୌଣସି ଅତିରିକ୍ତ ମୂଲ୍ୟରେ ମାଗଣା ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ କରୁଛି, ଯାହା ଦ୍ୱାରା ଗ୍ରାହକମାନେ ଅଧିକ ସଞ୍ଚୟ କରିପାରିବେ ।

ଜିଓ ଏୟାରଫାଇବର ସଂଯୋଗ ଆଡ଼କୁ ଅଗ୍ରସର ହେବା ଭାରତୀୟଙ୍କ ମନୋରଞ୍ଜନ ବ୍ୟବହାର ଅଭ୍ୟାସରେ ଏକ ଗଭୀର ପରିବର୍ତନକୁ ସୂଚିତ କରୁଛି । କାରଣ ପାଣିପାଗ ପରିସ୍ଥିତି ଏବଂ ବୈଷୟିକ ତ୍ରୁଟି କାରଣରୁ ସେବା ବାଧାପ୍ରାପ୍ତ ହେବା ନେଇ ସମାଲୋଚନାର ଶିକାର ହେଉଥିବା ଡିଟିଏଚ୍ ସେବାଗୁଡିକ ତୁଳନାରେ ଜିଓ ଏୟାରଫାଇବର ସଂଯୋଗ ଏକ ଦୃଢ଼ ଏବଂ ବିଶ୍ୱସନୀୟ ବିକଳ୍ପ ପ୍ରଦାନ କରୁଛି । ଏହା ନିରବଚ୍ଛିନ୍ନ ସେବାର ଗ୍ୟାରେଣ୍ଟି ଦେବା ସହିତ ଉନ୍ନତ ପ୍ରଦର୍ଶନ ମଧ୍ୟ ପ୍ରଦାନ କରୁଛି । ଦେଶ ଏହି ସୁଲଭ ମନୋରଞ୍ଜନର ଅଗ୍ରଗତି ଦେଇ ଗତି କରୁଥିବା ବେଳେ ଡିଟିଏଚ୍ ସେବା ଅପେକ୍ଷା ଜିଓ ଏୟାରଫାଇବର ସଂଯୋଗକୁ ପ୍ରାଧାନ୍ୟ ଦେବା ଭାରତୀୟ ମନୋରଞ୍ଜନ କ୍ଷେତ୍ରର ପରିବର୍ତ୍ତିତ ଦୃଶ୍ୟପଟର ପରିଚାୟକ ।

ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକଙ୍କୁ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ମିଳୁଛି । ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ ପୁଣି ଆହୁରି ଅନେକ ସୁବିଧା ମଧ୍ୟ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.