ଟୁଇନ୍ ସିଟିରେ ଜିଓର ଡିଜିଟାଲ୍ କମ୍ୟୁନିକେସନ୍ ପ୍ରଦର୍ଶନୀ, ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍‌ ସମସ୍ତ କ୍ଷେତ୍ରରେ ହେବ ସହାୟକ

Published By : Prameya-News7 Bureau | January 07, 2023 IST

ଭୁବନେଶ୍ୱର ୦୭।୦୧ : ଟୁଇନ୍ ସିଟିରେ ଆରମ୍ଭ ହୋଇଛି ଜିଓ ଟ୍ରୁ-୫ଜି ସେବା । ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଡିଜିଟାଲ କମ୍ୟୁନିକେସନ୍ ନେଇ ଦୁଇଦିନିଆ ପ୍ରଦର୍ଶନୀ ହୋଇଛି । ଏଥିରେ ଜିଓ ଏକ ସ୍ୱତନ୍ତ୍ର ଲାଇଭ୍‌ ୫-ଜି ଏକ୍ସପେରିଏନ୍ସ ଜୋନ୍‌ ସ୍ଥାପନ କରିଛି । ଯାହା ଛାତ୍ରଛାତ୍ରୀ, ଯୁବବର୍ଗଙ୍କ ସହିତ ବିଭିନ୍ନ କ୍ଷେତ୍ରର ବୃତ୍ତିଧାରୀଙ୍କୁ ଆକୃଷ୍ଟ କରୁଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଜିଓ କମ୍ୟୁନିଟି କ୍ଲିନିକ୍, ମେଡିକାଲ କିଟ୍‌, ଶିକ୍ଷା, କ୍ଲାଉଡ ଗେମିଙ୍ଗ, ସ୍ମାର୍ଟ ଅଫିସ, ସ୍ମାର୍ଟ ସିଟି ଓ ବୈପ୍ଳବିକ ଏଆର-ଭିଆର୍‌ ଉପକରଣ,  ଜିଓ ଗ୍ଲାସ୍‌ ଆଦିରେ ୫-ଜିର ଅନ୍ତର୍ନିବେଶୀ ଫାଇଦା ସମ୍ପର୍କରେ ଲାଇଭ୍‌ ପ୍ରଦର୍ଶନ କରିଛି । ଜିଓର ଏହି ଅତ୍ୟାଧୁନିକ ବ୍ୟବସ୍ଥା ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବ ।

୫-ଜି ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ସଂକ୍ଷିପ୍ତ ବର୍ଣ୍ଣନା :

ଜିଓ ଟ୍ରୁ-୫ଜି ସ୍ପିଡ୍ ଟେଷ୍ଟ୍ : ଜିଓ ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନରେ ଲାଇଭ୍‌ ସ୍ପିଡ୍ ଟେଷ୍ଟ ହୋଇଛି । ଏହାରି ମାଧ୍ୟମରେ ଜିଓ ଉଚ୍ଚ ବ୍ୟାଣ୍ଡୱିଡ୍‌ଥ ଓ ଲୋ ଲାଟେନ୍ସି ପ୍ରଦର୍ଶନ କରିଛି । ସେଥିରେ ହାରାହାରି ୫-ଜି ସ୍ପିଡ ୧.୫ ଜିବି ପର୍ ସେକେଣ୍ଡ ରହିଛି ।

ସ୍ୱାସ୍ଥ୍ୟଯତ୍ନ: ଗୋଟିଏ ବ୍ୟାଗ୍‌ରେ କ୍ଲିନିକ: ଜିଓ ଟ୍ରୁ-୫ଜିରେ ଗୋଷ୍ଠୀ କ୍ଳିନିକଗୁଡିକ ସୀମିତ ସ୍ୱାସ୍ଥ୍ୟଯତ୍ନ ସୁବିଧା ଉପଲବ୍ଧ ହେବ । ‘କ୍ଲିନିକ ଇନ୍‌ ଏ ବ୍ୟାଗ୍‌’ ପ୍ଲାଟଫର୍ମ ଜରିଆରେ ପାରାମେଡିକ୍ସ ଉପଯୋଗରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସ୍ପେଶାଲିଷ୍ଟଙ୍କୁ ନିୟୋଜିତ କରାଯିବ । ସ୍ବାସ୍ଥ୍ୟକର୍ମୀମାନେ ଷ୍ଟେଥୋସ୍କୋପ, ଇସିଜି ମେସିନ, ଗ୍ଲୁକୋଜ ମନିଟର, ଇଏନଟି ପ୍ରୋବ୍‌ ଭଳି ଉପକରଣ ଗୋଟିଏ ବ୍ୟାଗ୍‌ରେ ଧରି ରୋଗୀଙ୍କ ନିକଟରେ ପହଁଚିବେ ପରୀକ୍ଷା କରିବେ । ଉକ୍ତ ରିପୋର୍ଟକୁ ଜିଓ ଟ୍ରୁ-୫ଜି ଜରିଆରେ ଯେକୌଣସି ସ୍ଥାନରେ ଥିବା ସ୍ପେଶାଲିଷ୍ଟ ଡାକ୍ତରଙ୍କ ପରାମର୍ଶ କରିପାରିବେ । ଏହାସହିତ ଏହି କ୍ଳିନିକ୍ ମ୍ୟାନେଜମେଣ୍ଟ ପ୍ଲାଟଫର୍ମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଇଏମଆର୍‌, ରୋଗୀ ସାକ୍ଷାତ କରିବା ସମୟ ଓ ଅନ୍ୟାନ୍ୟ ବିସ୍ତୃତ ବିବରଣୀ ସ୍ଥାନ ପାଇବ । ସ୍ଥାନ ଏବଂ ଜନସଂଖ୍ୟା ଭିର୍ତ୍ତିରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ପ୍ରୟାସ ଜାରି ରହିଛି ବୋଲି ଜିଓ ଟ୍ରୁ-5ଜି ପକ୍ଷରୁ କୁହାଯାଇଛି ।

{"id":730060,"sizeSlug":"full","linkDestination":"none"}

କ୍ଲାଉଡ ଗେମିଙ୍ଗ:  ଜିଓ ଟ୍ରୁ-୫ଜିର ସ୍ବଳ୍ପ ଲାଟେନ୍ସି ଓ ଉଚ୍ଚ ବ୍ୟାଣ୍ଡୱିଡ୍‌ଥ ବଳରେ ଗେମର୍‌ମାନେ ଜିଓ କ୍ଳାଉଡ୍ ଗେମିଙ୍ଗରେ ଓଟିଟି ଅନୁରୂପ ସେବାର ଫଇଦା ଉଠାଇପାରିବେ । ଗେମର ମାନେ ଯେକୌଣସି ସ୍ଥାନରେ ଥାଇ ବ୍ୟୟବହୁଳ ହାଡଓ୍ବେର ଓ ଗେମ୍‌ ଟାଇଟଲ୍‌ ପୃଥକ ଭାବେ ନକିଣି ଉନ୍ନତମାନର ଗେମ୍ ଖେଳିବାର ସୁଯୋଗ ପାଇପାରିବେ ।

ସ୍ମାର୍ଟ ଅଫିସ୍ : ଜିଓ ଟ୍ରୁ-୫ଜି କନେକ୍ଟିଭିଟି ଓ ଜିଓ ଏୟାରଫାଇବରେ ପରିଚାଳିତ ହେଉଥିବା କାର୍ଯ୍ୟାଳୟଗୁଡିକ ସ୍ମାର୍ଟ ହେବାକୁ ଯାଉଛି । ଜିଓ ଏୟାରଫାଇବର, କ୍ଲାଉଡ ପିସି, ଭିଡିଓ କଲ୍ ଏବଂ ଡିଜିଟାଲ ସାଇନେଜ୍‌ ଭଳି ସହଜ ଓ ଓୟାରଲେସ୍‌ ପ୍ଲଗ୍‌ ଆଣ୍ଡ୍ ପ୍ଲେର ସମାଧାନ ହେବ ।

ସ୍ମାର୍ଟ ମିଟରିଂ ଆଣ୍ଡ ସ୍ମାର୍ଟ ଲାଇଟିଂ: ଜିଓ ଟ୍ରୁ-୫ଜି ରିଅଲ ଡାଟା ପ୍ରୋସେସିଂ, ସିଫ୍ଟ ଟୁ ଏଜ୍‌ କ୍ଳାଉଡ୍ ଦିଗରେ ସହାୟକ ହେବା ସହିତ ବିବିଧ ଉପକରଣରେ ଏକାଧିକ ଷ୍ଟ୍ରିମିଂକୁ ସମର୍ଥ କରାଇବ । ଏହା ସହିତ ସ୍ଥାପନା କ୍ଷେତ୍ରରେ କୌଣସି ସୀମା ନରଖି ପାରମ୍ପରିକ କେବଲିଂ ଠାରୁ ସିସିଟିଭିର ଦ୍ରୁତ ମୁତୟନକୁ ୫ଜି ସମର୍ଥ କରାଇବ ।

ଜିଓ-ଗ୍ଲାସ ଏଆର-ଭିଆର୍‌ ଡିଭାଇସ : ଜିଓ-ଗ୍ଲାସ୍‌ ବ୍ୟବହାରକାରୀଙ୍କୁ ଜିଓ ଟ୍ରୁ-୫ଜି ମାଧ୍ୟମରେ ଭାରତର ପ୍ରଥମ ମିଶ୍ରିତ ରିଅଲିଟି ଜିଓ ଗ୍ଲାସ୍‌ ସହିତ ଶିକ୍ଷା ଆହରଣର ଭବିଷ୍ୟତ ସମ୍ପର୍କରେ ଅନୁଭୂତି ହାସଲ କରିବାରେ ସମର୍ଥ କରାଇବ । ପରିବର୍ଦ୍ଧିତ ରିଅଲିଟିକୁ ବ୍ୟବହାର କରି ଶିକ୍ଷାନୁଷ୍ଠାନ ଗୁଡ଼ିକ ଏଣିକି ‘3D ରିଅଲିଟି ଲାବ୍‌’ ସ୍ଥାପନ କରିପାରିବେ । ଯେଉଁଥିରେ ସମସ୍ତ ଛାତ୍ରଛାତ୍ରୀ ପାଠ୍ୟକ୍ରମରୁ ବିଷୟଗୁଡିକୁ ଜିଓ ଗ୍ଲାସ୍‌ ପିନ୍ଧି ଦେଖିପାରିବେ । ଏହାର ଫାଇଦା କେବଳ ଜଣେ ଶିକ୍ଷକ ଏକମାତ୍ର ଜିଓ ଗ୍ଲାସ ପରିଧାନ କରି 3D ବିଷୟବସ୍ତୁକୁ ବିସ୍ତୃତ ଭାବେ ପଢାଇପାରବେ । 2D ପରଦାରେ ପ୍ରସାରଣ କରାଯାଇ ଜିଓ ଟ୍ରୁ ୫ଜିରେ ଇଂଟରନେଟ ଜରିଆରେ 2Dରେ ସ୍କୁଲଗୁଡିକ ସହିତ ସହଭାଗିତା କରାଯାଇପାରିବ ।

ଅନ୍ୟପଟେ ଜିଓ ଏକ୍ସପେରିଏନ୍ସ ଜୋନ୍‌ରେ ଅନେକ ଛାତ୍ରଛାତ୍ରୀ ଓ ବୃତ୍ତିଧାରୀ ଜିଓ-ଗ୍ଲାସ୍‌, ଏଆର-ଭିଆର୍‌ ପରିଧାନ କରି ଫାଇଦା ଉଠାଇଥିଲେ । ଜିଓ ଗ୍ଲାସ୍‌ ଛାତ୍ରଛାତ୍ରୀଙ୍କର ଏକାଗ୍ରତାରେ ବୃଦ୍ଧି କରିବା ସହିତ ପଠପଢା ଜାରି ରଖିବାରେ ସହାୟକ ହେବ । ଶିକ୍ଷକମାନେ ବ୍ୟବହାରିକ ବିଶ୍ଲେଷଣ ଜରିଆରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଜ୍ଞାନ ବିକଶିତ କରିପାରିବେ । ଛାତ୍ରଛାତ୍ରୀମାନେ 3D ବିଷୟବସ୍ତୁ ମାଧ୍ୟମରେ ଶୈକ୍ଷିକ ଜ୍ଞାନକୁ ବଢ଼ାଇପାରିବେ ଏବଂ ଏହା ଦୀର୍ଘକାଳୀନ ମନେରଖିବାରେ ସହାୟକ ହେବ ।  କେବଳ ଜିଓର ଷ୍ଟାଣ୍ଡଆଲୋନ୍‌ ଟ୍ରୁ-୫ଜି ନେଟଓ୍ବର୍କର ହାଇ ବ୍ୟାଣ୍ଡୱିଡ୍‌ଥ ଏବଂ ଲୋ ଲାଟେନ୍ସିକୁ ନେଇ ଭାରତର ପ୍ରତି ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କୁ 3D ଶିକ୍ଷା ଆହରଣ ଉପକରଣ ଯୋଗାଇ ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.