ବିକଳ୍ପ ରାଜନୈତିକ ସଙ୍ଗଠନ କରିବେ ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି, ନିକଟରେ ଛାଡ଼ିଥିଲେ କଂଗ୍ରେସ

Published By : Prameya-News7 Bureau | May 19, 2024 IST

କଟକ: ଏକ ବିକଳ୍ପ ରାଜନୈତିକ ସଙ୍ଗଠନ ଗଠନ କରିବେ କଟକର ପ୍ରଭାବଶାଳୀ ଯୁବ ନେତା ତଥା ରେଭେନ୍ସା ଛାତ୍ର ସଂସଦର ପୂର୍ବତନ ସଭାପତି ଜିନେଶ ଦାସ। ନିକଟରେ ହିଁ କଂଗ୍ରେସ ଛାଡ଼ିଥିଲେ। ରବିବାର ଶତାଧିକ ସମର୍ଥକଙ୍କ ସହ ବନ୍ଧୁ ମିଳନ ଆୟୋଜନ କରି ନୂଆ ରାଜନୈତିକ ସଙ୍ଗଠନ ଓ ସମୀକରଣ ବାବଦରେ ସୂଚନା ଦେଇଛନ୍ତି । 

ସୂଚନାଥାଉକି, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ଜିନେଶ କଂଗ୍ରେସରେ ଥିଲେ ଓ କଟକରେ ଜଣେ ଯୁବ ନେତା ଭାବେ ତାଙ୍କର ବେଶ୍ ପ୍ରଭାବ ରହିଛି। ଚଳିତ ନିର୍ବାଚନରେ ଜିନେଶ ଚୈ।ଦ୍ବାର କଟକ ପାଇଁ କଂଗ୍ରେସ ଟିକଟ ଆଶାୟୀ ଥିଲେ। ମାତ୍ର ତାଙ୍କୁ ଟିକଟ ନମିଳିବାରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ବିକଳ୍ପ ରାଜନୈତିକ ମଞ୍ଚ ଗଠନ କରିବେ ଵୋଲି କହିଛନ୍ତି। ତେବେ ଚଳିତ ନିର୍ବାଚନରେ ତାଙ୍କର ଭୂମିକା କ’ଣ ରହିବ ସେ ନେଇ ଜିନେଶ କିଛି ସ୍ପଷ୍ଟ କରି ନାହାଁନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.