Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତି ଉଡାଇଦେଲେ ଆତଙ୍କବାଦୀ, ନିଜକୁ ଦାୟୀକଲା ବଲୁଚ୍ ଫ୍ରଣ୍ଟ ଆତଙ୍କୀ ସଂଗଠନ

27/09/2021 at 3:08 PM

ଲାହୋର ୨୭/୦୯ : ଆତଙ୍କୀ ଦେଶ ପାକିସ୍ତାନ ଏବେ ଆହୁରି ଅସୁରକ୍ଷିତ ହୋଇପଡିଛି । ଆତଙ୍କବାଦୀଙ୍କୁ ପାଳିପୋଷି ବଡ କରୁଥିବା ପାକିସ୍ତାନ, ଅଣ୍ଟିଛରୀ ତଣ୍ଟି କାଟିବା ଭଳି ପରିସ୍ଥିତିରେ ପଡିଯାଇଛି । ଗ୍ବାଦରରେ ଥିବା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ରବିବାର ବୋମା ମାଡ କରି ଧ୍ବସ୍ତ ବିଧ୍ବସ୍ତ କରିଦେଇଛନ୍ତି ଆତଙ୍କବାଦୀ । ଏହି ଘଟଣାକୁ ନେଇ ପାକିସ୍ତାନର ବଲୁଚ ଲିବରେସନ୍‌ ଫ୍ରଣ୍ଟ ନିକଜୁ ଦାୟୀ କରିଛି ।

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମା ଚଳିତ ବର୍ଷ ଆରମ୍ଭରେ ହିଁ ମେରାଇନ୍‌ ଡ୍ରାଇଭରେ ଲଗାଯାଇଥିଲା । ଗ୍ବାଦର ସହର ପାକିସ୍ତାନ ସହି ଚୀନ ପାଇଁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ତଥା ସୁରକ୍ଷିତ ସହର କୁହାଯାଉଥିବା ବେଳେ ସେଠାରେ ଆତଙ୍କବାଦୀମାନେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ଉଡାଇ ଦେଇଛନ୍ତି । ପ୍ରତିମୂର୍ତ୍ତି ଥିବା ମଣ୍ଡପ ସାମ୍ନାରେ ଏକ ବିସ୍ଫୋଟକ ପଦାର୍ଥ ରଖି ତାହାକୁ ଉଡାଇ ଦିଆଯାଇଥିବା ଜଣାପଡିଛି ।

ଭୟଙ୍କର ବିସ୍ଫୋରଣରେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବିବିସି ଉର୍ଦ୍ଦୁ ଖବର ଅନୁଯାୟୀ, ଆତଙ୍କବାଦୀ ସଂଗଠନ ବଲୁଚ୍‌ ଲିବରେସନ୍‌ ଫ୍ରଣ୍ଟର ପ୍ରବକ୍ତା ବବଗର ବଲୋଚ ଟ୍ବିଟ୍‌ କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ମାମଲାର ତଦନ୍ତ କରି ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ବାଦରର ଉଚ୍ଚାୟୁକ୍ତ ଅବଦୁଲ କବୀର ଖାନ ।

ଅବଦୁଲ କବୀର ଖାନ କହିଛନ୍ତି, ଆତଙ୍କବାଦୀମାନେ ସେଠାକୁ ପର୍ଯ୍ୟଟକ ରୂପେ ଆସିଥିଲେ । ବିସ୍ଫୋରଣ ଘଟିଥିବା ସ୍ଥାନକୁ ପର୍ଯ୍ୟଟକ ଭାବେ ଆସି ବିସ୍ଫୋରଣ ଘଟାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି । ଦିନେ ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅବଦୁଲ କବୀର ଖାନ କହିଛନ୍ତି ।

ମହମ୍ମଦ ଅଲ୍ଲୀ ଜିନ୍ନା ୧୯୧୩ ଠାରୁ ଆରମ୍ଭ କରି ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଯାଏଁ ପାକିସ୍ତାନ ସ୍ଥାପନ ହେବା ପର୍ଯ୍ୟନ୍ତ ଅଲ ଇଣ୍ଡିଆ ମୁସଲିମ ଲିଗ୍‌ର ନେତା ଥିଲେ । ଏହା ପରେ ୧୯୪୮ରେ ତାଙ୍କର ଦେହାନ୍ତ ହେବା ପର୍ଯ୍ୟନ୍ତ ସେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ କାର୍ଯ୍ୟ କରିଥିଲେ ।

   Related Posts