୧୯ରେ ରାୟଗଡା ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
8/02/2020 at 5:29 PM

ରାୟଗଡା ୮/୨: ରାୟଗଡା ଜିଲ୍ଲା ପରିଷଦ ସଭାପତି ନିର୍ବ।ଚନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ୧୯ ତାରିଖରେ ସଭାପତି ନିର୍ବ।ଚନ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ ପ୍ରକାଶ ପାଇଛି। ଆସନ୍ତା ୧୧ ତାରିଖରେ ନିର୍ବ।ଚନ ଅଧିକାରୀଙ୍କ ଦ୍ବାରା ନୋଟିସ ଜାରି ହେବ। ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରଦାନ ସହ ପ୍ରାର୍ଥୀପତ୍ର ଯାଂଚ କରାଯିବ।

ଏହାପରେ ସେହି ଦିନ ୧୨ ଟା ସୁଦ୍ଧା ପ୍ରାର୍ଥପତ୍ର ପ୍ରତ୍ୟାହାର ହେବ। ମଧ୍ୟାହ୍ନ ୧୨ଟା ୩୦ ରୁ ୨ ଟା ମଧ୍ୟରେ ଭୋଟଗ୍ରହଣ କରାଯିବ। ଭୋଟିଂ ଶେଷପରେ ଗଣତି ଓ ଫଳାଫଳ ଘୋଷଣା ହେବ । ରାୟଗଡା ଜିଲ୍ଲା ପରିଷଦ ସଭାପତି ନିର୍ବ।ଚନକୁ ଗତ ଡିସେମ୍ବର ୨୪ ତାରିଖରେ ରାୟଗଡା ଜିଲ୍ଲା ଓ ଦୌରାଜଜ ଅସିଦ୍ଧ ଘୋଷଣା କରିଥିଲେ। ସେହିଦିନ ରାତିରେ ଏକ ସଡକ ଦୂର୍ଘଟଣାରେ ସଭାପତି ପୁରୁଷୋତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ଏହି ପଦବି ଖାଲିପଡିଛି।
