ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ, ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ, ୧୩|୦୯ ଗୁଜୁରାଟର ଦଳିତ ନେତା ତଥା ବଡଗାମ ଆସନର ବିଧାୟକ ଜିଗ୍ନେଶ ମେଓ୍ୱାନୀଙ୍କୁ ଆକ୍ରମଣ । ଅହମ୍ମଦାବାଦରେ ଏକ ଜନସଭାକୁ ସମ୍ବୋଧନ ବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ପୂର୍ବତନ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜାଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି ।

ସୂଚନାନୁସାରେ, ଅହମ୍ମଦାବାଦର ବସ୍ତ୍ରାଳରେ ଏକ ଜନସଭାକୁ ସମ୍ବୋଧନ କରୁଥିଲେ ଜିଗ୍ନେଶ । ସେଠାରେ କଂଗ୍ରେସ ନେତା ହିତେନ୍ଦ୍ର ପିଥାଡିଆ ମଧ୍ୟ ଉପସ୍ଥିତ ଥିଲେ । ହିତେନ୍ଦ୍ର ଦାବି କରିଛନ୍ତି ଯେ, ସେମାନଙ୍କୁ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପାଖ ଲୋକ ଆକ୍ରମଣ କରିଥିଲେ । ଏହାସହ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ହୋଇଥିଲା । ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ ସେ ରାଜ୍ୟର ଆଇନବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

wp:html /wp:html

ଘଟଣାକୁ ନେଇ ଜିଗ୍ନେଶ ମେଓ୍ୱାନୀ କହିଛନ୍ତି ଯେ, ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ପୂର୍ବତନ ଗୃହମନ୍ତ୍ରୀଙ୍କ ଖାସ୍ ଲୋକ । ପୂର୍ବତନମନ୍ତ୍ରୀଙ୍କ ମଧ୍ୟ ଏହା ପଛରେ ହାତ ରହିଛି । ଏହାକୁ ସେ ନିନ୍ଦା କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଜଣେ ଅଟୋଚାଳକଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଘରକୁ ବାହାରିଥିଲେ । କିନ୍ତୁ ଗୁଜୁରାଟ ପୋଲିସ ସୁରକ୍ଷାକାରଣରୁ ଅଟୋରେ ଯିବାକୁ ତାଙ୍କୁ ବାରଣ କରିଥିଲା । ଯାହାକୁ ନେଇ ରାସ୍ତାରେ ଜୋରରେ ହଙ୍ଗାମା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.