Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକକୁ ଜାଇକା ଯନ୍ତ୍ରଣା : ପ୍ରକଳ୍ପର ଅଗ୍ରଗତି ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ ମହମ୍ମଦ ମୋକିମ୍

27/02/2021 at 1:44 PM

ଭୁବନେଶ୍ବର ୨୭।୨: ଚାଲିଛି ବିଧାନସଭାର ବଜେଟ୍ ଅଧିବେଶନ । କଟକରେ ଜାଇକା ପ୍ରକଳ୍ପର ଅଗ୍ରଗତି ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ଶୂନ୍ୟକାଳରେ ଏହି ପ୍ରସଙ୍କ ଉଠାଇ କଟକ ସହରର ପରିମଳ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ଅନ୍ତର୍ଜାତୀୟ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି ।

ଏ ଭିତରେ ୮ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ ସରିବାର ନା ଧରୁନି । ସ୍ବରେଜ ଓ ଡ୍ରେନେଜ ନାଁରେ ଏହି ସଂସ୍ଥା ସହରର ବିଭନ୍ନ ସ୍ଥାନର ରାସ୍ତାଘାଟ ଖୋଳିଦେଇଛି । ଯେଉଁଥି ପାଇଁ ସହରବାସୀ ହନ୍ତସନ୍ତ ହେଉଛନ୍ତି । ବିଶେଷ କରି ବର୍ଷା ଦିନେ ଏଠାରେ ପାଣି ଜମି ଯିବା ସହ ଦୁର୍ଘଟଣା ଘଟୁଛି । ଏହି ପ୍ରକଳ୍ପ ନିର୍ମାଣରେ କାହିଁକି ବିଳମ୍ବ ଘଟୁଛି । ଏକ ଉଚ୍ଚ ସ୍ତରୀୟ କମିଟି କରଯାଉ । ତୁରନ୍ତ ପ୍ରକଳ୍ପ ଶେଷ କରିବା ପାଇଁ ଉକ୍ତ କମିଟି ତର୍ଜମା କରୁ ବୋଲି ଦାବି କରିଛନ୍ତି ମହମ୍ମଦ ମୋକିମ ।

   Related Posts