scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛୋଟପିଲାଙ୍କ ସାହାସକୁ ସାବାସ୍, ନଦୀରେ ବୁଡି ଯାଉଥିବା ବୃଦ୍ଧଙ୍କୁ କଲେ ଉଦ୍ଧାର

7/02/2020 at 12:20 PM

ଜୟପୁର ୦୭।୦୨: ପାଣିରେ ଭାସୁଥିବା ବୃଦ୍ଧଙ୍କ ପାଇଁ ଦେବଦୂତ ସାଜିଲେ ଦୁଇ ନାବାଳକ । ନଦୀର ପାଣିରେ ଭାସିଯାଉଥିଲେ ବୃଦ୍ଧ ।  କୋରାପୁଟ ଜିଲ୍ଲା ଜୟପୁର ଗାନ୍ଧୀଛକ ନିକଟରେ ଥିବା ଏକ ନଦୀରେ ଘଟିଛି ଏଭଳି ଘଟଣା।  

ସୂଚନାଯୋଗ୍ୟ ଯେ, ପ୍ରତି ଦିନ ଭଳି ପ୍ରାତଃ ଭ୍ରମଣ ପାଇଁ ନିଜ ଘରୁ ବାହାରିଥିଲେ ଲକ୍ଷ୍ମଣ କୁମାର ସାହୁ । ତେବେ କିଛି ସମୟ ଚାଲିବା ପରେ ଅସୁସ୍ଥ ଲାଗିବାରୁ ନଦୀକୂଳରେ ବସି ପଡିଥିଲେ ଲକ୍ଷ୍ମଣ । ହଠାତ୍ ଅସୁସ୍ଥ ଲାଗି ନଦୀକୂଳରେ ବସିଥିବା ଲକ୍ଷ୍ମଣ ନଦୀ ଭିତରକୁ ପଡିଯାଇଥିଲେ । ପାଣି ସୁଅ ଳକ୍ଷ୍ମଣ ଭାସୁଥିବାର ଦେଖି ୨ଜଣ ନାବାଳକ ନଦୀ ଭିତରକୁ ଡେଇଁପଡିଥିଲେ । ଏବଂ ଲକ୍ଷ୍ମଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ଉଭୟ ନାବାଳକ ।

   Related Posts