କାଳ ହେଲା ରୋଗ ଯନ୍ତ୍ରଣା: ଆତ୍ମହତ୍ୟା କଲେ ଶିକ୍ଷୟତ୍ରୀ, ସୁଇସାଇଡ ନୋଟରେ ଲେଖିଲେ କାରଣ

Published By : Prameya-News7 Bureau | August 08, 2022 IST

ସୋରୋ ୦୮/୦୮: ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ଶିକ୍ଷୟତ୍ରୀ । ସୁଇସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମର ସଞ୍ଜୟ ରାଉଳ ୮ ବର୍ଷ ତଳେ ଖନ୍ତାପଡା ଅଞ୍ଚଳରୁ ମିନାକ୍ଷୀ ବିଶ୍ୱାଳଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ ଏକମାତ୍ର ୬ ବର୍ଷର ଝିଅ ଅଛି ।

ସବୁ ଠିକଠାକ୍ ଥିଲେ ମଧ୍ୟ ମିନାକ୍ଷୀ କିଛିଦିନ ଧରି ଛାତି ଯନ୍ତ୍ରଣାରେ ହେଉଥିବା ନେଇ ବାରମ୍ବାର ପରିବାର ଲୋକଙ୍କୁ କହିଥିଲେ । ଏ ନେଇ ପରିବାର ଲୋକ ମଧ୍ୟ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ଯନ୍ତ୍ରଣା ଅଧିକ ହେଉଥିବା ନେଇ ଗତକାଲି ସନ୍ଧ୍ୟାରେ ଶାଶୂଙ୍କୁ ଜଣାଇଥିଲେ । ମିନାକ୍ଷୀ ଏନେଇ ଗତକାଲି ବିଳମ୍ବିତ ରାତିରେ ଖାଇ ଶୋଇଥିଲେ ।

ସକାଳୁ ଉଠି ପରିବାର ଲୋକ ଦେଖିଲେ ମିନାକ୍ଷୀ ରୋଷେଇ ଘରେ ଥିବା ଏକ ପଙ୍ଖାରେ ଶାଢୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ପାଖରେ ଏକ ସୁଇସାଇଡ଼ ନୋଟ ଅଛି ଯେଉଁଥିରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖା ଅଛି । ମୋ ଛାତିରେ ଅଧିକ ଯନ୍ତ୍ରଣା ହେବାରୁ କେତେ ମେଡିସିନ ଖାଇବି ଶେଷରେ ମୁଁ ଆତ୍ମହତ୍ୟା କରୁଛି ।

ମୋ ଝିଅ ତମକୁ ଲାଗିଲା ତାଙ୍କୁ ସମସ୍ତେ ଦେଖିବେ ବୋଲି ଲେଖା ଅଛି । ଏହି ନୋଟକୁ ପୋଲିସ ଜବଦ କରିଛି । ମିନାକ୍ଷୀଙ୍କର ସ୍ୱାମୀ ଆର୍ମିରେ କାର୍ଯ୍ୟରତ ଅଛନ୍ତି । ମିନାକ୍ଷୀ ସୋର ରହି ସୋରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଥିଲେ । ଗତକାଲି ସୋର ଭଡା ଘରୁ ନିଜ ଶଶୁର ଘର ଗଣ୍ଡିବେଡ଼ଙ୍କୁ ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.