ପ୍ରେମିକ ଚାଲିଗଲା ବୋଲି ଜୀବନ ହାରିଲେ ପ୍ରେମିକା, ପରିବାର ଲୋକ ଆଣିଲେ ସଂଗୀନ ଅଭିଯୋଗ

Published By : Prameya-News7 Bureau | April 24, 2023 IST

ଚଣ୍ଡୀଖୋଲ ୨୪/୦୪: ଯାଜପୁର ଜିଲ୍ଲା ବଇରୀ ଥାନା ଅଧିନ କାଇମାଟିଆରେ ଅଭାବନୀୟ ଘଟଣା । ପ୍ରେମିକର ମୃତ୍ୟୁ ପରେ ଜୀବନ ହାରିଦେଲେ ପ୍ରେମିକା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଯୁବତୀ ହେଲେ ଗୁରୁ ଚରଣ ସାହୁଙ୍କ ଝିଅ ନମିତା ସାହୁ । ଘଟଣା ସ୍ଥଳରେ ବଇରୀ ପୋଲିସ ପହଂଚି ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ସୂଚନା ଥାଉକି, ବିରିଜଙ୍ଗା ଗ୍ରାମର ଯୁବକ ପ୍ରଭାତ କୁମାର ଲେଙ୍କା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସୂଚନା ଅନୁଯାଇ ପ୍ରଭାତ ବଇରୀ ଅଂଚଳର ଜୈନିକ ଯୁବତୀଙ୍କୁ ଭଲ ପାଉଥିଲେ । ପରେ ଯୁବତୀ ଓ ତାଙ୍କ ପରିବାର ଲୋକେ ଯୁବକଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ବେଳେ ଯୁବକ ଜଣକ ସେଥିପାଇଁ ଆତ୍ମହତ୍ୟା କରିଥିବା ପରିବାର ଲୋକେ ସମ୍ପୃକ୍ତ ଯୁବତୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ହେଲେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି. ଏହି ଘଟଣରେ ସମ୍ପୃକ୍ତ ଥିବା ଯୁବତୀ ଜଣକ ଘରେ ସମସ୍ତେ ସୋଇ ପଡ଼ିଥିବା ସମୟରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.