Akasa Air ଉଡାଣ ଭରିବାକୁ ପ୍ରସ୍ତୁତ, ଡିଜିସିଏରୁ ମିଳିଲା ଏୟାର ଅପରେଟର ସାର୍ଟିଫିକେଟ୍

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ: ସେୟାର ବଜାରର ବିଗ୍ ବୁଲ ରାକେଶ ଝୁନଝୁନୱାଲାଙ୍କ ଅକାସା ଏୟାର ଏବେ ଉଡାଣ ଭରିବା ପାଇଁ ପ୍ରସ୍ତୁତ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅକାଶା ଏୟାରକୁ ଉଡାଣ ଭରିବା ପାଇଁ ଏୟାର ଅଫରେଟର ସାର୍ଟିଫିକେଟ୍ ପ୍ରଦାନ କରିଛି । ଏହାପରେ ବିମାନ କମ୍ପାନି ଆସନ୍ତା ଜୁଲାଇ ଶେଷ ସୁଦ୍ଧାର ନିଜର କମର୍ସିଆଲ ବିମାନ ଉଡାଣ ଆରମ୍ଭ କରିପାରେ।

ଅକାସା ଏୟାର ଟ୍ୱିଟ କରି ଏହି ସୂଚନା ଦେଇଛି । ନିଜର ଅପରେସନ ଆରମ୍ଭ କରିବା ପୂର୍ବରୁ ଏୟାର ଅଫରେଟର ସ୍ୱୀକୃତି ପାଇଁ ଡିଜିସିଏ ନିକଟରେ ଆବେଦନ କରିଥିଲା । ଏହାପରେ ସ୍ୱୀକୃତି ପାଇବା ପାଇଁ ଡିଜିସିଏକୁ ସନ୍ତୁଷ୍ଟ କରିବା ଲାଗି ଅକାସା ଏୟାରର ପ୍ରୋଭିଂ ବିମାନ ଅନେକ ଥର ଉଡାଣ ଭରିଥିଲା। ପ୍ରୋଭିଂ ବିମାନରେ ଡିଜିସିଏର ଅଧିକାରୀଙ୍କ ସହ କମ୍ପାନିର ଅଧିକାରୀ ପାସେଞ୍ଜର ଭାବେ ଯାତ୍ରା କରିଥିଲେ। ଏଥିରେ କ୍ରୁ ମେମ୍ୱର ମଧ୍ୟ ଥିଲେ।

wp:html /wp:html

୨୦୨୨ ଜୁନ ୨୧ରେ ଅକାସା ଏୟାରର ପ୍ରଥମ ବିମାନ ବୋଇଙ୍ଗ ୭୩୭ ମ୍ୟାକ୍ସ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଥିଲା । ଗତ ବର୍ଷ ନଭେମ୍ୱର ମାସରେ ଅକାସା ଏୟାର ୭୨ଟି ୭୩୭ ମ୍ୟାକ୍ସ ବୋଇଙ୍ଗ ବିମାନର ଅର୍ଡର ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.