ଅଧା ରହିଗଲା ସଂସାର ଗଢିବାର ସ୍ୱପ୍ନ, ବିବାହର କେଇମାସ ପରେ ବେକରେ ଲୁଗା ଲଗାଇ ଝୁଲିପଡିଲେ ନବ ଦମ୍ପତ୍ତି

Published By : Prameya-News7 Bureau | August 04, 2022 IST

ସାନଖେମୁଣ୍ଡି ୦୪/୦୮: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପାଇକ. ରାମଚନ୍ଦ୍ରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରୁ ନବ ଦମ୍ପତ୍ତିଙ୍କ ଝୁଲନ୍ତା ଅବସ୍ଥାରେ ପୋଲିସ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଜଗନ୍ନାଥପୁର ଗ୍ରାମର ପିଣ୍ଟୁ ସେଠୀ ଓ ତାଙ୍କ ସ୍ତ୍ରୀ ସ୍ୱପ୍ନା ସେଠୀ । ସୂଚନା ଯୋଗ୍ୟ ପିଣ୍ଟୁ ଓ ସ୍ୱପ୍ନା ଉଭୟ ଉଭୟଙ୍କୁ ଭଲ ପାଇ ବିବାହ କରିଥିଲେ ।

ବାହାଘରର କିଛି ମାସ ପରେ ଉଭୟ ଶାନ୍ତିରେ ଚଳି ଆସୁଥିବା ବେଳେ କିଛି ଦିନ ପରେ ପରିବାରରେ ସାମାନ୍ୟ କଥାକୁ ନେଇ ମନୋମାଳିନ୍ୟ ଲାଗିରହିଥିଲା । ଏନେଇ ଉଭୟ ପରିବାର ଭଦ୍ର ଲୋକଙ୍କ ଉପସ୍ଥିତିରେ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କିଛି ଦିନ ପରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଉଭୟଙ୍କ ମଧ୍ୟରେ ବହୁ ଦିନ ଦିନ ଧରି ଝଗଡା ରହିଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏନେଇ ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥାନା ନବ ଦମ୍ପତିଙ୍କ ମୃତଦେହ ଜବତ କରିଥିବା ବେଳେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.