୨ ଦିନ ପାଇଁ ବନ୍ଦ୍ ହେଲା ଧବଳେଶ୍ୱର ଝୁଲା ପୋଲ, ଆଗକୁ ବଢିପାରେ ଅବଧୀ !

Published By : Prameya-News7 Bureau | October 31, 2022 IST

ଆଠଗଡ ୩୧/୧୦: ଦୁଇ ଦିନ ପାଇଁ ବନ୍ଦ ହେବ ଧବଳେଶ୍ୱର ଝୁଲା ପୋଲ । ଆସନ୍ତା କାଲିଠାରୁ ବନ୍ଦ କରାଯିବ ଧବଳେଶ୍ବର ଝୁଲା ପୋଲ । ଏହି ଦୁଇ ଦିନ ଭିତରେ ପୋଲ ଉପରକୁ କାହାକୁ ଛଡା ଯିବ ନାହିଁ । ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ ସ୍ଥାନୀୟ ପ୍ରଶାସନ । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ । ତାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ମଙ୍ଗଳବାରଠାରୁ ଧବଳେଶ୍ବର ଝୁଲା ପୋଲର ରିପିୟାରିଙ୍ଗ କାମ ଆରମ୍ଭ ହେବ । ଦୁଇ ଦିନ ଭିତରେ କାମ ଯଦି ସମ୍ପୂର୍ଣ୍ଣ ନ ହୁଏ । ତେବେ ପୋଲର ବନ୍ଦ ଅବଧି ସମୟ ସୀମା ବଢ଼ିପାରେ । ଏନେଇ ସୂଚନା ଦେଲେ ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ।

ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ପରେ କଟକ ପ୍ରଶାସନର ଚେତା ପସିଥିଲା । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦ ଶହ ଥିବା ବେଳେ ଆଜି ଏହାକୁ କମାଇ ୨୦୦ ହୋଇଥିଲା । ମାତ୍ର ୨୦୦ ଲୋକ ଯାତାୟତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ହେଲେ ଏବେ ଏହାକୁ ପୁରା ପୁରି ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.