Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଭୁବନେଶ୍ୱରରେ ଚାଞ୍ଚଲ୍ୟ, ଘରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

25/08/2022 at 12:38 PM

ଭୁବନେଶ୍ୱର ୨୫।୦୮ : ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରେ ମହିଳା ଆତ୍ମହତ୍ୟା କରିଛନ୍ତି । ଯୁବତୀଙ୍କ ନାମ ପ୍ରଜ୍ଞା ପାରମିତା ଧଲ୍ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ରୁମ୍‌ରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ମଞ୍ଚେଶ୍ଵର୍ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

ତେବେ କିଭଳି ପରିସ୍ଥିତିରେ ମହିଳା ଆତ୍ମହତ୍ୟା କଲେ , ସେନେଇ ଖୋଲତାଡ଼ କରୁଛି ମଞ୍ଚେଶ୍ୱର ଥାନା ପୋଲିସ । ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନେଇପାରେ ପୋଲିସ ।

   Related Posts