ମନ୍ଦିରରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !
10/02/2020 at 10:09 AM

ଅନୁଗୁଳ ୧୦।୦୨: ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ତାଳଚେର ଶିବରାମପୁର ଶିବମନ୍ଦିରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଏକଡାଳ ଗାଁର ହୃଦାନନ୍ଦ ମହାରଣା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ସୋମବାର ଦିନ ସକାଳ ସମୟରେ ମନ୍ଦିରର ପୂଜକ ପ୍ରତିଦିନ ପରି ଗେଟ୍ ଖୋଲିଥିଲେ ।ଗେଟ୍ ଖୋଲିବା ପରେ ଶିବ ମନ୍ଦିରର ବୃଷବ ଉପରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ତେବେ ପୂଜକ ଜଣଙ୍କ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକଙ୍କ ମୃତ୍ୟୁ ଖବର ଅସ୍ପଷ୍ଟ ରହିଛି । ହତ୍ୟା ଓ ନା ଆତ୍ମହତ୍ୟା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023