ଆମ୍ବତୋଟାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | March 01, 2020 IST

ଉଦଳା ୦୧।୦୩ : ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପେଡାଗଡି ଗାଁ ଆମ୍ବତୋଟାରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ପେଡାଗଡି ଗାଁର ବ୍ରଜକିଶୋର ବିନ୍ଧାଣୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ କପ୍ତିପଦା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":231032,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ଦିନ ସକାଳ ସମୟରେ ପେଡାଗଡି ଗାଁବାସୀ ଆମ୍ବତୋଟାକୁ ବୁଲିବାକୁ ଯାଇଥିଲେ । କିନ୍ତୁ ଆମ୍ବତୋଟାରେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ଗ୍ରାମବାସୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । କପ୍ତିପଦା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତଦେହ ଜବତ ସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

{"id":231033,"sizeSlug":"large"}

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଯୁବକ ଜଣଙ୍କ ପେଡାଗଡି ଗାଁର ବ୍ରଜକିଶୋର ବିନ୍ଧାଣୀ ବୋଲି ଜଣାପଡିଛି । ତେବେ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରୁ ବ୍ରଜକିଶୋରଙ୍କ ଘର ମାତ୍ର ଶହେ ମିଟର ଦୂରରେ ରହିଛି । ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାର ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ  ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.